କାର୍ତ୍ତିକଙ୍କୁ ଡେଟ୍‌ କରୁଛନ୍ତି କି କ୍ରିତି; ନିଜେ କଲେ ଖୁଲାସା

ବଲିଉଡର ଆଗଧାଡିର ଅଭିନେତ୍ରୀମାନଙ୍କ ମଧ୍ୟରୁ କ୍ରିତି ସାନନ ଅନ୍ୟତମ। ଏବେ ସେ ଅଭିନେତା କାର୍ତ୍ତିକ ଆର୍ଯ୍ୟନଙ୍କ ପ୍ରେମରେ ପଡ଼ିଥିବା ଚର୍ଚ୍ଚା ହେଉଛି। ଉଭୟଙ୍କୁ ଅନେକ ସ୍ଥାନରେ ଏକାଠି ଦେଖିବାକୁ ମଧ୍ୟ ମିଳୁଛି। କ୍ରିତି ନିକଟରେ କାର୍ତ୍ତିକଙ୍କୁ ଡେଟ୍‌ କରୁଥିବା ନେଇ ହେଉଥିବା ଚର୍ଚ୍ଚା ଉପରେ ନିଜ ମତ ରଖିଛନ୍ତି।
ଏକ ସାକ୍ଷାତକାରରେ କ୍ରିତି କହିଛନ୍ତି, ସୋସିଆଲ ମିଡିଆ ଆମ ପାଇଁ ଭଲ କି ଖରାପ ମୁଁ ଜାଣେ ନାହିଁ। ଲୋକମାନେ କିଛି କହିବା ପୂର୍ବରୁ ସତ୍ୟ ଜାଣି ନେବା ଉଚିତ୍‌। ମୁଁ ଏପରି କଥା ଶୁଣି ଆଦୌ ବିଚଳିତ ହୁଏ ନାହିଁ। ଯେପରି ସଫଳତା ଏବଂ ବିଫଳତା ଅସ୍ଥାୟୀ, ସେହିଭଳି ଭଲ ଏବଂ ଖରାପ ମଧ୍ୟ ଅସ୍ଥାୟୀ। ଏଥିରୁ ବୁଝାପଡୁଛି କ୍ରିତି କାର୍ତ୍ତିକ ଆର୍ଯ୍ୟନଙ୍କୁ ଡେଟ କରୁନାହାଁନ୍ତି।
ଆଜିକାଲି କ୍ରିତିଙ୍କ ହାତରେ ଅନେକ ନୂଆ ପ୍ରୋଜେକ୍ଟ ରହିଛି। ଆଗାମୀ ଦିନରେ ‘ଗଣପତ: ପାର୍ଟ ୱାନ’ ଏବଂ ‘ଭେଡିଆ’ ଭଳି ଫିଲ୍ମରେ ତାଙ୍କୁ ଦେଖିବାକୁ ମିଳିବ। ଏହା ବ୍ୟତୀତ ପ୍ରଭାସଙ୍କ ଫିଲ୍ମ ‘ଆଦିପୁରୁଷ’ରେ ମଧ୍ୟ ସେ ‘ସୀତା’ ଭୂମିକାରେ ନଜର ଆସିବେ। କ୍ରିତିଙ୍କୁ ଶେଷ ଥର ପାଇଁ ‘ବଚ୍ଚନ ପାଣ୍ଡେ’ରେ ଦେଖିବାକୁ ମିଳିଥିଲା। ଏଥିରେ ସେ ଜଣେ ଖବରଦାତା ଭୂମିକାରେ ଅଭିନୟ କରିଥିଲେ।

Share