ବଡ଼ ପରଦାରେ ନିଜ ଭଉଣୀଙ୍କୁ କଡ଼ା ଟକ୍କର ଦେବେ କ୍ରିତି

ବମ୍ବେ: ଫିଲ୍ମ ‘ମିମି’ ଜାତୀୟ ପୁରସ୍କାର ଜିତିବା ପରେ ଅଭିନେତ୍ରୀ କ୍ରିତି ସାନନ୍‌ଙ୍କ ଖୁସି କହିଲେ ନ ସରେ। ଏହାପରେ ତାଙ୍କ ହାତରେ ଗୋଟିଏ ପରେ ଗୋଟିଏ ଫିଲ୍ମ। ଆସନ୍ତା ମାସରେ ମଧ୍ୟ ଅଭିନେତା ଟାଇଗର ଶ୍ରଫଙ୍କ ସହ ତାଙ୍କ ଫିଲ୍ମ ‘ଗଣପତ’ ରିଲିଜ ହେବାକୁ ଯାଉଛି। ଯେଉଁଦିନ ଫିଲ୍ମଟି ରିଲିଜ ହେବ ସେହିଦିନ ତାଙ୍କ ଭଉଣୀ ନୂପୁର ସେନନ୍‌ଙ୍କ ଫିଲ୍ମ ରିଲିଜ ହେବ। ଏନେଇ ଜଣାପଡ଼ିବା ପରେ ବଡ଼ ପରଦାରେ ଦୁଇ ଭଉଣୀଙ୍କ ମଧ୍ୟରେ କଡ଼ା ଟକ୍କର ଦେଖିବାକୁ ମିଳିବ।

ନୂପୁର ଦକ୍ଷିଣ ଭାରତୀୟ ସୁପରଷ୍ଟାର ରବି ତେଜାଙ୍କ ସହ ‘ଟାଇଗର ରାମେଶ୍ୱର ରାଓ’ ଜରିଆରେ ବଲିଉଡ୍‌ରେ ଡେବ୍ୟୁ କରିବେ। ଅକ୍ଟୋବର ୨୦ରେ ଏହି ଫିଲ୍ମ ପରଦାକୁ ଆସିବ। ଦେଖିବାକୁ ଗଲେ କ୍ରିତି ଏବଂ ନୂପୁରଙ୍କ ଫିଲ୍ମ ଦୁଇଟି ସମାନ ବ୍ୟାନର ଅଧୀନରେ ନିର୍ମାଣ ହୋଇଛି। ଏପରିକି ଦୁଇଟିର ରିଲିଜ ଡେଟ୍‌ ସମାନ। ଏଣୁ ଦୁଇ ଭଉଣୀଙ୍କ ମଧ୍ୟରୁ କିଏ ବକ୍ସ ଅଫିସରେ କବ୍ଜା କରୁଛି ତାହା ଦେଖିବାକୁ ବାକି ରହିଲା।

Share