କରୋନାକୁ ହରାଇଲେ କ୍ରିତି ସାନନ

ମୁମ୍ବାଇ,୧୯।୧୨-ବଲିଉଡ ଅଭିନେତ୍ରୀ କ୍ରିତି ସାନନ କରୋନାରୁ ସୁସ୍ଥ ହୋଇ ଘରକୁ ଫେରିଛନ୍ତି। ଏ ନେଇ ସେ ଶନିବାର ଟୁଇଟ କରି ଜଣାଇଛନ୍ତି। ସେ କହିଛନ୍ତି, ମୁଁ ଖୁସି ଅଛି। ମୋର କରୋନା ରିପୋର୍ଟ ନେଗେଟିଭ ଆସିଛି। ମୋତେ ସାହାଯ୍ୟ କରିଥିବାରୁ ବିଏମ୍‌ସି ଅଧିକାରୀ, ସହକାରୀ କମିଶନର ବିଶ୍ୱାସ ମୋଟେଙ୍କୁ ଧନ୍ୟବାଦ। ଉପଯୁକ୍ତ ଚିକିତ୍ସା ଓ ସହାୟତା ଯୋଗାଇ ଦେଇଥିବା ଡାକ୍ତରମାନଙ୍କୁ ମଧ୍ୟ ଅଶେଷ ଧନ୍ୟବାଦ ବୋଲି କ୍ରିତି ଟୁଇଟରେ ଉଲ୍ଲେଖ କରିଛନ୍ତି।

Share