ଆଦିପୁରୁଷରେ କ୍ରିତି

ମୁମ୍ବାଇ: ସୁପରଷ୍ଟାର ପ୍ରଭାସ ଖୁବ୍‌ଶୀଘ୍ର ତାଙ୍କ ନୂଆ ଫିଲ୍ମ ସହ ଦର୍ଶକଙ୍କ ନିକଟତର ହେବେ ବୋଲି ଜଣାପଡିଛି । ‘ଆଦିପୁରୁଷ’ ଫିଲ୍ମ ମାଧ୍ୟମରେ ପ୍ରଭାସ ପୁଣିଥରେ ଧମାଲ କରିବେ ବୋଲି କୁହାଯାଉଛି । ଏହି ଫିଲ୍ମର ପୋଷ୍ଟର ଲକ୍‌ଡାଉନ ସମୟରେ ଅଗଷ୍ଟ ମାସରେ ରିଲିଜ୍ ହୋଇଥିବା ବେଳେ ଏବେ ଏହାକୁ ନେଇ ଚର୍ଚ୍ଚା ଯୋର ଧରିଛି । ଫିଲ୍ମଟି ରାମାୟଣର କାହାଣୀ ଉପରେ ଆଧାରିତ । ଏଥିରେ ପ୍ରଭାସ ରାମ ଭୂମିକାରେ ନଜର ଆସିବେ । ଏହାସହ ବଲିଉଡ୍ ଅଭିନେତା ଶୈଫ ଅଲ୍ଲି ଖାଁ ଏଥିରେ ଖଳନାୟକ ବା ରାବଣ ଚରିତ୍ରରେ ନଜର ଆସିବେ ବୋଲି ଜଣାପଡିଛି । ତାଙ୍କ ଚରିତ୍ରର ନାମ ଲଙ୍କେଶ ରହିଛି । ତେବେ ସୀତା ଭୂମିକାରେ କ୍ରିତି ସାନନଙ୍କୁ ଦେଖିବାକୁ ମିଳିବ ବୋଲି ପୂର୍ବରୁ ଶୁଣାଯାଉଥିବା ବେଳେ ଏହା ଏବେ ସ୍ପଷ୍ଟ ହୋଇଛି । ଆସନ୍ତା ବର୍ଷ ଜାନୁୟାରୀରେ ଏହାର ଶୁଟିଂ ଆରମ୍ଭ କରାଯିବ । ଏକ ରିପୋର୍ଟ ଅନୁଯାୟୀ, ‘ଆଦିପୁରଷ’ ହିନ୍ଦୀ ବ୍ୟତୀତ ତାମିଲ, ମଲାୟାଲମ, କନ୍ନଡ କିଛି ଅନ୍ତର୍ଜାତୀୟ ଭାଷାରେ ନିର୍ମାଣ କରାଯାଇ ରିଲିଜ୍ କରାଯିବାର ଯୋଜନା ରହିଛି । ୧୧ ଅଗଷ୍ଟ ୨୦୨୨ରେ ଏହା ରିଲିଜ୍ କରାଯିବ ବୋଲି କୁହାଯାଉଛି । ଭୂଷଣ କୁମାର, କୃଷ୍ଣା କୁମାର, ଓମ ରାଉତ, ପ୍ରସାଦ ସୁତାର ଓ ରାଜେଶ ନାୟାର ଏହାର ପ୍ରଯୋଜନା ଭାର ସମ୍ଭାଳିଛନ୍ତି ।

Share