ନୂଆ ଲୁକ୍‌ରେ ନଜର ଆସିଲେ କ୍ରିତି

ବଲିଉଡ ଅଭିନେତା ବରୁଣ ଧାଓ୍ବନ ଏବଂ ଅଭିନେତ୍ର କ୍ରିତି ସାନନ ତାଙ୍କ ଅପକମିଙ୍ଗ୍‌ ଫିଲ୍ମ ‘ ଭେଡିଆ’ କୁ ନେଇ ଚର୍ଚ୍ଚାରେ ଅଛନ୍ତି। ଦୁହିଁଙ୍କୁ ଦ୍ୱିତୀୟ ଥର ପାଇଁ ଦର୍ଶକ ଦେଖିବାକୁ ପାଇବେ। ନିକଟରେ ବରୁଣଙ୍କ ଫାଷ୍ଟ ଲୁକ୍‌ ସାମ୍ନାକୁ ଆସିଥିବା ବେଳେ ବର୍ତ୍ତମାନ କ୍ରିତିଙ୍କ ଫାଷ୍ଟ ଲୁକ୍‌ ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଛି। ଯେଉଁଥିରେ କ୍ରିତି ଏକ ଭିନ୍ନ ଅନ୍ଦାଜରେ ନଜର ଆସିଛନ୍ତି। ତେବେ ଫିଲ୍ମର ଟିଜର ରିଲିଜ୍‌ ହୋଇଥିବା ବେଳେ ଦର୍ଶକ ବେଶ୍‌ ପସନ୍ଦ କରିଥିଲେ। ଫିଲ୍ମରେ କ୍ରିତିଙ୍କୁ ଡାକ୍ତର ଭୂମିକାରେ ଦେଖିବାକୁ ମିଳିବ। ଏହାସହ ଫିଲ୍ମର ଟ୍ରେଲର୍‌ ବୁଧବାର ରିଲିଜ୍‌ ହେବ। ଅମର କୌଶିକଙ୍କ ଫିଲ୍ମଟି ନଭେମ୍ବର ୫ରେ ପରଦାକୁ ଆସିବ। ଏହାପୂର୍ବରୁ ଉଭୟଙ୍କୁ ପ୍ରଥମ ଥର ପାଇଁ ଫିଲ୍ମ ‘ଦିଲଓ୍ବାଲେ’ରେ ନଜର ଆସିଥିଲେ।

Share