ନିଜେ ପଢିଥିବା ସ୍କୁଲ୍‌ର ପିଲାଙ୍କୁ ‘ଆଦିପୁରୁଷ’ଦେଖାଇବେ କ୍ରିତି, ବୁକିଂ କଲେ ପୁରା ହଲ୍‌

ନୂଆଦିଲ୍ଲୀ: ଦିନକୁ ଦିନ ବିବାଦ ଘେରରେ ଠେଲି ହୋଇଯାଉଛି ଫିଲ୍ମ ‘ଆଦିପୁରୁଷ’। ତେବେ ଏହି ଫିଲ୍ମର ମୁଖ୍ୟ ନାୟିକା ଭୂମିକାରେ ଅଭିନୟ କରିଥିବା କ୍ରିତି ସାନନ ନିକଟରେ ଫିଲ୍ମକୁ ନେଇ ପ୍ରତିକ୍ରିୟା ଦେଇଥିଲେ। ସେ ସାସିଆଲ ମିଡିଆରେ ଫିଲ୍ମରେ ପ୍ରଦର୍ଶିତ ହେଉଥିବା ସକାରାତ୍ମକ ପ୍ରତିକ୍ରିୟାକୁ ଧ୍ୟାନ ଦେବାକୁ ଗୁରୁତ୍ୱ ଦେଇଥିଲେ। ତେବେ ଆପଣଙ୍କୁ କହି ରଖୁଛୁ କି, ଆର.କେପୁରାମର ଦିଲ୍ଲୀ ପବ୍ଲିକ ସ୍କୁଲ ଯେଉଁଠାରେ କ୍ରିତି ପାଠ ପଢୁଥିଲେ ସେଠାକାର ଛାତ୍ରୀଛାତ୍ରଙ୍କୁ ‘ଆଦିପୁରୁଷ’ ଫିଲ୍ମ ଦେଖିବାକୁ ନିଷ୍ପତ୍ତି ନେଇଛନ୍ତି।

ସ୍କୁଲର ପିଲମାନେ ବୁଧବାର ଅର୍ଥାତ୍‌ ଆଜି ‘ଆଦିପୁରୁଷ’ ଫିଲ୍ମ ଦେଖିବେ। ଫିଲ୍ମ ଦେଖିବା ସମୟରେ କ୍ରିତିଙ୍କ ସହ ତାଙ୍କ ପରିବାର ମଧ୍ୟ ରହିବେ। ଏଥିପାଇଁ ସେ ଦିଲ୍ଲୀର ଏକ ମଲ୍ଟିପ୍ଲେକ୍ସକୁ ବୁକ୍‌ କରିଛନ୍ତି।

ସୂଚନାଯୋଗ୍ୟ, କ୍ରିତି ପିଲାଙ୍କୁ ଫିଲ୍ମ ଦେଖେଇବା ପାଇଁ ପୁରା ହଲ୍‌ ବୁକ୍‌ କରିଛନ୍ତି। ସେହି ଅଡିଟୋରିୟମରେ ୩୦୦ସିଟ୍‌ ରହିଛି ଯାହାକୁ କ୍ରିତି ସବୁ ବୁକିଂ କରିଛନ୍ତି। ପିଲାମାନେ ମଧ୍ୟ କ୍ରିତିଙ୍କ ସହ ଫିଲ୍ମ ଦେଖିବାକୁ ଉତ୍ସାହିତ ଅଛନ୍ତି।

 

Share