‘ଗଣପତ’ ପାଇଁ ଖୁବ୍ ଝାଳ ବୁହାଉଛନ୍ତି କ୍ରିତି

ମୁମ୍ବାଇ: ବଲିଉଡ୍ ନାୟିକା କ୍ରିତି ସାନନ ଏବେ ଖୁବ୍ ଝାଳ ବୁହାଉଛନ୍ତି । ସେ ତାଙ୍କ ଆଗାମୀ ଫିଲ୍ମ ପାଇଁ ଏମିତି କରୁଥିବା ଶୁଣିବାକୁ ମିଳିଛି । ନିକଟରେ ସେ ତାଙ୍କ ଅଫିସିଆଲ ଇନଷ୍ଟାଗ୍ରାମରେ ଏକ ଭିଡିଓ ଶେୟାର କରିଛନ୍ତି । ଯେଉଁଥିରେ ସେ ୱାର୍କ ଆଉଟ୍ କରୁଥିବା ଦେଖାଯାଇଛି । ତେବେ ନିଜକୁ ଫିଟ୍ ରଖିବାକୁ କ୍ରିତି ଏମିତି କରୁଛନ୍ତି ବୋଲି ମନେ କରାଯାଉଥିବା ବେଳେ ସେ କିନ୍ତୁ ତାଙ୍କ ଆଗାମୀ ଫିଲ୍ମ ପାଇଁ ଖୁବ୍ ମେହନତ୍ କରୁଥିବା କହିଛନ୍ତି । ନିକଟରେ ରିଲିଜ୍ ହୋଇଥିବା ଫିଲ୍ମ ‘ମିମି’ରେ କ୍ରିତିଙ୍କ ଅଭିନୟ ଦର୍ଶକଙ୍କୁ ବେଶ୍ ପସନ୍ଦ ଆସିଥିବା ବେଳେ ଏବେ ସେ ‘ଗଣପତ’ରେ ବି ଦମଦାର ଅଭିନୟ ପାଇଁ ପ୍ରସ୍ତୁତି ଜାରି ରଖିଛନ୍ତି । ଏହି ଭିଡିଓଟି ଶେୟାର କରି କ୍ରିତି ଲେଖିଛନ୍ତି ‘Prep Prep Prep. ଏଥିରୁ କିଛି ବୁଝାପଡିବା ପୂର୍ବରୁ ନାୟିକା ଲେଖିଛନ୍ତି ପ୍ରଥମେ ୱାର୍ମ ଅପ୍ । ଏହାପରେ ସେ ହ୍ୟାସ ଟ୍ୟାଗ ଦେଇ ଲେଖିଛନ୍ତି #GanapathPrep #SweatSeries #LetsGetStronger  ଏହାପରେ ସ୍ପଷ୍ଟ ହେଉଛି ଯେ କ୍ରିତି ‘ଗଣପତ’ ପାଇଁ ଏତେ ପରିଶ୍ରମ କରୁଛନ୍ତି । ଏବେ କ୍ରିତିଙ୍କ ଏହି ଭିଡିଓ ଦେଖି ତାଙ୍କ ପ୍ରଶଂସକମାନେ ଖୁସି ହୋଇ ଯାଇଛନ୍ତି ।

Share