ପ୍ରଥମ ଥର ସ୍କ୍ରିନ୍‌ ଶେୟାର କରିବେ କ୍ରିତି-ଶାହିଦ୍‌

ବଲିଉଡ୍‌ ଅଭିନେତା ଶାହିଦ୍‌ କପୁର ଏବଂ କ୍ରିତି ସାନନଙ୍କୁ କଏ ବା ନ ଜାଣେ। ଦୁହେଁ ଦର୍ଶକଙ୍କୁ ଅନେକ ଫିଲ୍ମ ଭେଟି ଦେଇଛନ୍ତି। ହେଲେ ଏବେ ପ୍ରଥମ ଥର ଏହି ଯୋଡିଙ୍କୁ ପରଦାରେ ଦେଖିବାକୁ ମିଳିବ। ନିକଟରେ ଦିନେଶ ବିଜାନ ଫିଲ୍ମ ରୋବଟ ନିର୍ମାଣ କରିବାକୁ ଯାଉଛନ୍ତି। ଯେଉଁଥିରେ ଶାହିଦ୍‌ ଏବଂ କ୍ରିତିଙ୍କୁ ଦେଖିବେ ଦର୍ଶକ। ଏହା ଏକ ରୋମାଣ୍ଟିକ କମେଡି ଫିଲ୍ମ ହେବାକୁ ଯାଉଛି। ଏଥିରେ ଶାହିଦ୍‌ ଜଣେ ରୋବୋଟିକ୍ସ ଓ କ୍ରିତି ଜଣେ ରୋବଟ ଭାବେ ନଜର ଆସିବେ। ଏହାକୁ ନେଇ ବର୍ତ୍ତମାନ ଦର୍ଶକ ଉତ୍ସାହିତ ଅଛନ୍ତି। ହେଲେ ଏହି ଫିଲ୍ମଟି କେବେ ପରଦାକୁ ଆସିବ ସେନେଇ ନିର୍ମାତା କିଛି ସୂଚନା ଦେଇନାହାନ୍ତି।

Share