ରାଜନୀତିରେ ଏଣ୍ଟ୍ରି କରିବେ କେଆର୍‌କେ: କହିଲେ ‘ଦେଶରେ ସୁରକ୍ଷିତ ରହିବାକୁ ହେଲେ ଅଭିନେତା ନୁହେଁ, ନେତା ହେବା ଜରୁରୀ’

ବମ୍ବେ: କେତେବେଳେ ଅଭିନେତା ତ କେତେବେଳେ ନୂଆ ଫିଲ୍ମ ରିଲିଜ ଉପରେ ଟିପ୍ପଣୀ ଦେଇ ବିବାଦରେ ରହିଥାନ୍ତି କମାଲ ଆର୍‌ ଖାଁ ଓରଫ କେଆର୍‌କେ। ନିକଟରେ ଏଭଳି କିଛି କାଣ୍ଡ ଲାଗି ତାଙ୍କୁ ଜେଲ ଯିବାକୁ ପଡ଼ିଥିଲା। ସେଠାରୁ ବାହାରିବା ପରେ ଏବେ ପୁରା ଫର୍ମରେ ଅଛନ୍ତି କେଆର୍‌କେ। ପ୍ରଥମେ ଟୁଇଟର ପରେ ଏବେ ରାଜନୀତିରେ ଏଣ୍ଟ୍ରି କରିବେ ସେ।

ଜେଲରୁ ବାହାରିବା ପରେ ପ୍ରଥମ ଟୁଇଟ୍‌ରେ ସେ ପ୍ରତିଶୋଧ ନେବାକୁ ଆସିଥିବା କହିଥିଲେ। ଏହାପରେ ସେ ଖୁବ୍‌ଶୀଘ୍ର ରାଜନୀତିରେ ପାଦ ରଖିବାକୁ ଯାଉଛନ୍ତି ବୋଲି କହିବା ସହ ଦେଶରେ ସୁରକ୍ଷିତ ରହିବାକୁ ଚାହୁଁଥିଲେ ନେତା ହେବା ଜରୁରୀ, ଅଭିନେତା ନୁହେଁ ବୋଲି କହିଛନ୍ତି।

ଯଦିଓ କେଆର୍‌କେ ଅଭିନେତାରୁ ରାଜନେତା ହେବାକୁ ଯାଉଥିବା କହିଛନ୍ତି, କେଉଁ ଦଳ ସହ ସେ ଯୋଡ଼ି ହେବେ ତାହା କହିନାହାନ୍ତି। ଆଗାମୀ ଦିନରେ ସେ ନିଜେ ଏ ବିଷୟରେ ଜଣାଇପାରନ୍ତି ବୋଲି ଚର୍ଚ୍ଚା ହେଉଛି।

Share