ଅଭିନେତାଙ୍କ ଭବିଷ୍ୟବାଣୀ: ଆସନ୍ତା ୨୫ ବର୍ଷ ପର୍ଯ୍ୟନ୍ତ ଦିଲ୍ଲୀରେ କୌଣସି ନିର୍ବାଚନ ଜିତିପାରିବନି ଭାଜପା

ନୂଆଦିଲ୍ଲୀ,୭।୧୨: ଦିଲ୍ଲୀ ଏମସିଡି ନିର୍ବାଚନରେ ଆମ ଆଦମୀ ପାର୍ଟି ବହୁ ସଂଖ୍ୟାରେ ବିଜୟ ହାସଲ କରିଛି। ଏହି ବିଶେଷ ଅବସରରେ ସମସ୍ତେ ଅରବିନ୍ଦ କେଜ୍‌ରିୱାଲ ଏବଂ ତାଙ୍କ ଦଳ ଏଏପିକୁ ବିଜୟ ପାଇଁ ଅଭିନନ୍ଦନ ଜଣାଇଛନ୍ତି। ବଲିଉଡ ଅଭିନେତା ତଥା ଫିଲ୍ମ ସମୀକ୍ଷକ କମଲ ରସିଦ ଖାନ(କେଆରକେ) ଏଏପିର ଏହି ବିଜୟ ଉପରେ ନିଜ ମତ ଦେଇଛନ୍ତି।
ଆସନ୍ତା ୨୫ ବର୍ଷ ଧରି ଦିଲ୍ଲୀରେ କୌଣସି ନିର୍ବାଚନ ଜିତିବ ନାହିଁ ବୋଲି ଟୁଇଟ କରି କେଆରକେ ଭବିଷ୍ୟବାଣୀ କରିଛନ୍ତି। ସେ ଟୁଇଟ କରି କହିଛନ୍ତି, ଶେଷରେ ଅରବିନ୍ଦ କେଜ୍‌ରିୱାଲ ଦିଲ୍ଲୀକୁ ଭାଜପା ମୁକ୍ତ କରିଥିଲେ। ବର୍ତ୍ତମାନ ଭାଜପା ଆସନ୍ତା ୨୫ ବର୍ଷ ପାଇଁ ଦିଲ୍ଲୀରେ କୌଣସି ନିର୍ବାାଚନରେ ଜିତିବ ନାହିଁ। ଆମ ଆଦମୀ ପାର୍ଟିର ସମସ୍ତ କର୍ମକର୍ତ୍ତାଙ୍କୁ ଶୁଭେଚ୍ଛା।
ଦିଲ୍ଲୀ ମହାନଗର ନିଗମ (ଏମସିଡି)ରେ ଆମ ଆଦମୀ ପାର୍ଟି ସଂଖ୍ୟାଗରିଷ୍ଠତା ଅତିକ୍ରମ କରି ୧୩୪ଟି ଆସନ ଜିତିଛି। ଭାଜପା ୧୦୪ଟି ଆସନ ଜିତିଛି। କଂଗ୍ରେସର ଆସନ ସଂଖ୍ୟା ୯କୁ ଖସି ଯାଇଛି।

Share