Categories: ଖେଳ

ବାପା ହେଲେ କ୍ରୁନାଲ ପାଣ୍ଡ୍ୟା

ମୁମ୍ବାଇ,୨୪।୭: ଭାରତୀୟ ଅଲରାଉଣ୍ଡର କ୍ରୁନାଲ ପାଣ୍ଡ୍ୟା ରବିବାର ପିତା ହୋଇଛନ୍ତି। ତାଙ୍କ ସ୍ତ୍ରୀ ପଙ୍ଖୁରୀ ଶର୍ମା ଏକ ପୁତ୍ର ସନ୍ତାନ ଜନ୍ମ ଦେଇଛନ୍ତି। କ୍ରୁନାଲ ତାଙ୍କ ଇନଷ୍ଟାଗ୍ରାମରେ ଫଟୋ ଶେୟାର କରି ପ୍ରଶଂସକଙ୍କ ସହ ଏହି ଖୁସି ଖବର ଶେୟାର କରିଛନ୍ତି। ଫଟୋରେ ହସ୍ପିଟାଲ୍‌ ବେଡ୍‌ରେ ସେ ତାଙ୍କ ସ୍ତ୍ରୀ ଏବଂ କୁନି ଶିଶୁ ସହ ଅଛନ୍ତି। କ୍ରୁନାଲ ଶିଶୁ କପାଳରେ ଚୁମ୍ବନ ଦେଉଥିବାର ନଜର ଆସିଛନ୍ତି। ଏହି ଫଟୋ ସହିତ ସେ ଏକ କ୍ୟାପସନ ଶେୟାର କରିଛନ୍ତି, ଯେଉଁଥିରେ ଶିଶୁର ନାମ ପ୍ରକାଶ ପାଇଛି। ସେ ପୁଅର ନାମ କବୀର କ୍ରୁନାଲ ପାଣ୍ଡ୍ୟା ରଖିଛନ୍ତି।
କ୍ରୁନାଲ ବର୍ତ୍ତମାନ ଟିମ ଇଣ୍ଡିଆରୁ ବାଦ୍‌ ପଡିଛନ୍ତି। ସେ ଖୁବଶୀଘ୍ର କାଉଣ୍ଟି କ୍ରିକେଟ ଖେଳିବେ ବୋଲି ଜଣାପଡିଛି। ଡିସେମ୍ବର ୨୦୧୭ରେ କ୍ରୁନାଲ ଏବଂ ମଡେଲ ପଙ୍ଖୁରୀ ଶର୍ମା ବିବାହ କରିଥିଲେ।

Share