ନୂଆଦିଲ୍ଲୀ,୨୩।୨: ଗତ ଜାନୁୟାରୀରେ ଭାରତୀୟ ଅଲରାଉଣ୍ଡର ବ୍ରଦର୍ସ ଯୋଡ଼ି ହାର୍ଦ୍ଦିକ ପାଣ୍ଡ୍ୟା ଏବଂ କ୍ରୁନାଲ ପାଣ୍ଡା ବାପାଙ୍କୁ ହରାଇଛନ୍ତି। ଉଭୟ ବାପା ହିମାଶୁଂ ପାଣ୍ଡ୍ୟାଙ୍କ ବେଶ ନିକଟତର ଥିଲେ। ଏଥିଯୋଗୁ ଏଯାବତ ସେମାନେ ବାପାଙ୍କ ନିଧନକୁ ସହଜରେ ଗ୍ରହଣ କରିପାରିନାହାନ୍ତି। ନିକଟରେ ବିଜୟ ହଜାରେ ଟ୍ରଫିର ଏକ ମ୍ୟାଚ୍ରେ କ୍ରୁନାଲ ଉଲ୍ଲେଖନୀୟ ଶତକ ମାରିଥିଲେ। ଏଥିରେ ସେ ଖୁସି ହେବା ପରିବର୍ତ୍ତେ ପଡ଼ିଆରେ କାନ୍ଦିବା ଆରମ୍ଭ କରିଦେଇଥିଲେ। ତାଙ୍କ ଆଖିରେ ଲୁହ ଦେଖି ସାଥୀ ଖେଳାଳିମାନେ ତାଙ୍କୁ ସାନ୍ତ୍ୱନା ଦେଇଥିଲେ। ଏହାର ଏକ ଭିଡିଓ କ୍ରିକେଟର ନିଜର ସୋସିଆଲ ପୃଷ୍ଠାରେ ଶେୟାର କରିଛନ୍ତି।
ବଡ଼ୌଦାର ଅଧିନାୟକ କ୍ରୁନାଲ ତ୍ରିପୁରା ବିପକ୍ଷ ମ୍ୟାଚ୍ରେ ୯୭ବଲ୍ ଖେଳି ୧୨୭ରନ୍ର ଶତକୀୟ ପାଳି ଖେଳିଥିଲେ। ଏଥିରେ ୨୦ ଚୌକା ଏବଂ ୧ ଛକା ଥିଲା। ତେବେ ପ୍ରଥମ ଥର ପାଇଁ ତାଙ୍କର ଏହି ଶତକ ଦେଖିବା ପାଇଁ ବାପା ଜୀବିତ ନାହାନ୍ତି। ବାପାଙ୍କ ଶେଷ ଶବ୍ଦ ଥିଲା, ପୁଅ ଏବେ ତୁମର ସମୟ ଆରମ୍ଭ ହୋଇଛି। ଯେତେବେଳେ ମୁଁ ୭୬ ରନ୍ କରିଥିଲି ସେ ବେଶ୍ ଖୁସି ହୋଇ ମୋର ପ୍ରଶଂସା କରିଥିଲେ। ହେଲେ ଏବେ ସେ ନାହାନ୍ତି। ଶାରୀରିକ ଭାବେ ସେ ଉପସ୍ଥିତ ନ ଥିଲେ ହେଁ ମୋତେ ଦେଖି ସେ ଖୁସି ହେଉଥିବେ ବୋଲି କ୍ରୁନାଲ ଲେଖିଛନ୍ତି।
ଦେଖନ୍ତୁ ଭିଡିଓ: