ନୂଆଦିଲ୍ଲୀ,୨।୮: ନିକଟରେ ପିତା ହୋଇଛନ୍ତି ଭାରତୀୟ ଟିମ୍ର ଅଲରାଉଣ୍ଡର ହାର୍ଦ୍ଦିକ ପାଣ୍ୟା। କୁନି ପାଣ୍ଡ୍ୟାଙ୍କୁ ପାଇ ପୁରା ପରିବାର ଏବେ ଖୁସିରେ ବିଭୋର ହୋଇଯାଇଛନ୍ତି। ଶନିବାର କୋଳରେ ପୁଅଙ୍କୁ ଧରି ହାର୍ଦ୍ଦିକ ଫଟୋ ଶେୟାର କରି ପ୍ରଶଂସକଙ୍କ ସହ ଖୁସି ବାଣ୍ଟିଥିବା ବେଳେ ଏବେ ବଡ଼ଭାଇ କୃଣାଲଙ୍କ ଆଉ ଏକ ଫଟୋ ଭାଇରାଲ ହେଉଛି। ଫଟୋରେ ସେ ପୁତୁରାଙ୍କୁ କୋଳରେ ଧରିଛନ୍ତି। ସେ କେତେ ଖୁସି ତାହା ବାରି ହୋଇପଡ଼ୁଛି। ଇନ୍ଷ୍ଟାଗ୍ରାମରେ ସେ ଫଟୋକୁ ଶେୟାର କରି ଲେଖିଛନ୍ତି, ଖୁସି, ଯାହା ଶବ୍ଦରେ ବର୍ଣ୍ଣନା କରାଯାଇ ନ ପାରେ। ମୁଁ ଏହି ସୁନ୍ଦର କୁନି ପୁଅର ବଡ଼ବାପା ହୋଇଛି। ଭାଇ ହାର୍ଦ୍ଦିକ ଏବଂ ନତାଶାଙ୍କୁ ଅଭିନନ୍ଦନ। ବଡବାପା ତୁମକୁ ବହୁତ ଭଲପାଆନ୍ତି ବୋଲି କୃଣାଲ ଲେଖିଛନ୍ତି। ଏହି ପୋଷ୍ଟକୁ ସୋସିଆଲ ମିଡିଆରେ ବହୁତ ପସନ୍ଦ କରାଯାୁଛି। ନତାଶା ଏହି ପୋଷ୍ଟରେ କମେଣ୍ଟ କରି ହୃଦୟ ଥିବା ଇମୋଜି ଦେଇଛନ୍ତି।