ନୂଆଦିଲ୍ଲୀ,୨୭।୧: ଟିମ ଇଣ୍ଡିଆର ଅଲରାଉଣ୍ଡର କ୍ରୁନାଲ ପାଣ୍ଡ୍ୟା ଗୁରୁବାର ସକାଳେ ସାଇବର ହ୍ୟାକିଂର ଶିକାର ହୋଇଛନ୍ତି। ଏହି ବାମହାତୀ ସ୍ପିନ ଅଲରାଉଣ୍ଡରଙ୍କ ଟୁଇଟର ଆକାଉଣ୍ଟ ହ୍ୟାକ୍ ହୋଇଥିବା ଦେଖାଯାଇଛି।
ବିଟ୍ କଏନ ପାଇଁ ଅଲରାଉଣ୍ଡର ଟୁଇଟର ଆକାଉଣ୍ଟ ବିକ୍ରି କରୁଛନ୍ତି ଏବଂ ଟୁଇଟର ବ୍ୟବହାରକାରୀଙ୍କୁ କ୍ରିପ୍ଟୋକରେନ୍ସି ପଠାଇବାକୁ ମଧ୍ୟ ହ୍ୟାକର୍ କହିଛନ୍ତି। କେବଳ ଏତିକି ନୁହେଁ ସୋସିଆଲ ମିଡିଆ ପ୍ଲାଟଫର୍ମରେ କେତେକ ବ୍ୟବହାରକାରୀଙ୍କ ପାଇଁ ହ୍ୟାକର ମଧ୍ୟ ଅଶ୍ଳୀଳ ମନ୍ତବ୍ୟ ଦେଇଥିବା ଦେଖାଯାଇଛି।
ଗୁରୁବାର ସକାଳ ୭:୩୧ ରେ ହ୍ୟାକର କ୍ରିକେଟରଙ୍କ ଆକାଉଣ୍ଟରୁ ଏକ ଟୁଇଟକୁ ରିଟୁଇଟ୍ କରିଛନ୍ତି। ଦୁଇ ମିନିଟ ପରେ ସେ ଜଣେ ଉପଭୋକ୍ତାଙ୍କୁ ଧନ୍ୟବାଦ ଜଣାଇଥିଲେ। ହ୍ୟାକର୍ ବର୍ତ୍ତମାନ ପର୍ଯ୍ୟନ୍ତ କ୍ରୁନାଲଙ୍କ ଆକାଉଣ୍ଟରୁ ପ୍ରାୟ ୧୦ଟି ଟୁଇଟ୍ କରିଛନ୍ତି।
ଉଲ୍ଲେଖଯୋଗ୍ୟ, ଗତ କିଛି ବର୍ଷ ମଧ୍ୟରେ ଅନେକ କ୍ରିକେଟରଙ୍କ ଆକାଉଣ୍ଟ ହ୍ୟାକ୍ ହୋଇଛି।