ବମ୍ବେ: କମେଡିଆନ କୃଷ୍ଣା ଅଭିଷେକ ମନୋରଞ୍ଜନଜଗତର ଏକ ଜଣାଶୁଣା ନାମ। ସୋନି ଚ୍ୟାନେଲରେ ପ୍ରସାରିତ ହେଉଥିବା ‘ଦ କପିଲ ଶର୍ମା ଶୋ’ରେ ସେ ସପ୍ନା ଭୂମିକାରେ ନଜର ଆସୁଛନ୍ତି। କୃଷ୍ଣାଙ୍କ ନାମ ପଛର କାହାଣୀ ବେଶ ରୋମାଞ୍ଚକର। ତାଙ୍କର ପ୍ରକୃତ ନାମ ଅଭିଷେକ ଶର୍ମା।
କୃଷ୍ଣାଙ୍କୁ କ୍ରିଷ୍ଣା ବୋଲି ଅନେକ ଡାକନ୍ତି। ହେଲେ ଜ୍ୟୋତିଷଙ୍କଠାରୁ ପରାମର୍ଶ ନେଇ ସେ ନିଜ ନାମ ପରିବର୍ତ୍ତନ କରିଥିଲେ। ଏପରି କରିବା ଦ୍ୱାରା ସେ ଲୋକପ୍ରିୟ ହେବେ ବୋଲି ଜ୍ୟୋତିଷ ପ୍ରକାଶ କରିଥିଲେ। ଏଣୁ ସେ ନିଜ ନାମ କୃଷ୍ଣା କରିଦେଇଥିଲେ। ଏପରି କରିବାର ୧୦ ଦିନରେ ସେ ‘ନଚ ବଲିୟେ’ରେ ଭାଗ ନେଇଥିଲେ। ଏହାଦ୍ୱାରା ସେ ଲୋକପ୍ରିୟ ମଧ୍ୟ ହୋଇଯାଇଥିବା ନିକଟରେ ଏକ ସାକ୍ଷାତକାରରେ କହିଛନ୍ତି।
କୃଷ୍ଣାଙ୍କ ମା’ ଅମିତାଭ ବଚ୍ଚନଙ୍କ ବଡ଼ ପ୍ରଶଂସକ। ଏଥିଲାଗି ସେ ପୁଅଙ୍କ ନାମ ଅମିତାଭଙ୍କ ପୁଅଙ୍କ ଅନୁଯାୟୀ ରଖିଥିଲେ। ହେଲେ ପରେ ତାଙ୍କ ଯୋଗୁ ନା ବଦଳାଇବାକୁ ବାଧ୍ୟ ହୋଇଥିଲେ। କାରଣ ଅଭିନୟକୁ ଆସିବା ବେଳେ ତାଙ୍କୁ ଅସୁବିଧାର ସମ୍ମୁଖୀନ ହେବାକୁ ପଡ଼ିଥିଲା। କାରଣ ଅଭିଷେକ ନାମରେ ଜଣେ ଆଗରୁ ଅଭିନେତା ରହିଥିଲେ। ଏଣୁ ଅନେକେ ତାଙ୍କ ନାମ ପରିବର୍ତ୍ତନ କରିବାକୁ କହିଥିଲେ। ଶେଷରେ ସେ ନିଜ ନାମକୁ ବଦଳାଇ କୃଷ୍ଣା ଅଭିଷେକ ରଖିଦେଇଥିଲେ।