ମାମୁଁ ଗୋବିନ୍ଦାଙ୍କ ସହ ସମ୍ପର୍କରେ ତିକ୍ତତା ! କୃଷ୍ଣା କହିଲେ…

ବମ୍ବେ: ବୁଝାମଣାର ଅଭାବ ହେଲେ ଫିକା ପଡ଼ିଥାଏ ସମ୍ପର୍କ। ସେଭଳି କିଛି ଘଟିଛି ସୁପରଷ୍ଟାର ଗୋବିନ୍ଦାଙ୍କ ଏବଂ ଭଣଜା କୃଷ୍ଣା ଅଭିଷେକଙ୍କ କ୍ଷେତ୍ରରେ। ମାମୁଁଙ୍କୁ କୃଷ୍ଣା ବହୁତ ଭଲ ପାଉଥିଲେ ହେଁ ଏବେ ଉଭୟଙ୍କ ସମ୍ପର୍କ ଆଗଭଳି ନାହିଁ। କିଭଳି ତାହାକୁ ଠିକ୍‌ କରିବେ କୃଷ୍ଣା ଚିନ୍ତା କରି ଫେଲ୍‌ ମାରିଛନ୍ତିି। ଶେଷରେ ଚୁପ୍‌ ରହିବା ଏକମାତ୍ର ଉପାୟ ଭାବି ସେ ନିରବୀ ଯାଇଛନ୍ତି।

ପେସାରେ କମେଡିଆନ୍‌ କୃଷ୍ଣା। ଏଣୁ ଏକାଧିକ ସମୟରେ ମଜାରେ କିଛି କହିବା ସ୍ବାଭାବିକ। ହେଲେ ଗୋବିନ୍ଦାଙ୍କୁ ନେଇ ସେ କହିଥିବା କିଛି କଥାକୁ ବିକୃତ କରି ଦର୍ଶାଯାଇଥାଏ। ସେଗୁଡ଼ିକୁ ଦେଖି ଗୋବିନ୍ଦା ଅପମାନିତ ବୋଧ କରିଛନ୍ତି। ଅଧା କଥା କୁହାଯାଉଥିବାରୁ ଅସଲ କଥା ଜଣାପଡ଼ୁନାହିଁ। ବହୁତ କିଛି କଥା ମନରେ ରହିଯାଉଛି। ଫଳରେ ସମ୍ପର୍କରେ ଫାଟ ସୃଷ୍ଟି ହୋଇଛି। କେବଳ ନକରାତ୍ମକ ରିପୋର୍ଟ ଏବଂ ଖବର କାରଣରୁ ସେମାନଙ୍କର ବ୍ୟକ୍ତିଗତ ସମ୍ପର୍କ ପ୍ରଭାବିତ ହୋଇଥିବା କୃଷ୍ଣା କୁହନ୍ତି।

Share