ଛତ୍ରପୁର ବିଧାୟକ ଭାବେ ନିର୍ବାଚିତ ହେଲେ ଭାଜପାର କୃଷ୍ଣଚନ୍ଦ୍ର ନାୟକ

ଛତ୍ରପୁର,୪।୬(ଦିଲୀପ ସାମଲ): ଛତ୍ରପୁର ବିଧାୟକ ଭାବେ ନିର୍ବାଚିତ ହୋଇଛନ୍ତି ଭାଜପାର କୃଷ୍ଣଚନ୍ଦ୍ର ନାୟକ। କୃଷ୍ଣ ନିକଟତମ ପ୍ରତିଦ୍ବନ୍ଦୀ ବିଜେଡିର ସୁବାସ ଚନ୍ଦ୍ର ବେହେରାଙ୍କ ଠାରୁ ୧୧,୨୬୫ ଭୋଟ ବ୍ୟବଧାନରେ ବିଜୟୀ ହୋଇଛନ୍ତି l ଛତ୍ରପୁର ବିଧାନସଭା ପାଇଁ ଭାଜପାର କୃଷ୍ଣ ଚନ୍ଦ୍ର ନାୟକ ୭୪୬୨୭ ଭୋଟ ପାଇଥିବା ବେଳେ ବିଜୁ ଜନତା ଦଳର ସୁବାସ ଚନ୍ଦ୍ର ବେହେରା ୬୩୩୬୨ ଖଣ୍ଡ ଭୋଟ, କଂଗ୍ରେସର ଭାଗିରଥି ବେହେରା ୭୧୨୧ ଖଣ୍ଡ ଭୋଟ, ସିପିଆଇ ର ଗୁରୁନାଥ ପ୍ରଧାନ ୩୯୫୫ ଖଣ୍ଡ ଭୋଟ ପାଇଛନ୍ତି l ତେବେ ଭାଜପାର କୃଷ୍ଣ ୧୧୨୬୫ ଭୋଟ ବ୍ୟବଧାନରେ ବିଜୟୀ ହାସଲ କରିଛନ୍ତି। ରାଜ୍ୟରେ ପରିବର୍ତ୍ତନ ସ୍ବର ଯୋଗୁ ଭାଜପା ଆଜି ଏହି ସଫଳତା ହାସଲ କରିଛନ୍ତି। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଉପରେ ଲୋକେ ବିଶ୍ୱାସ କରି ଆଜି ଭାଜପାକୁ ବିଜୟୀ କରିଛନ୍ତି l ତେଣୁ ଲୋକଙ୍କ ସହିତ ମିଶି ସେମାନଙ୍କ ଦୁଃଖସୁଖରେ ନିଜକୁ ସାମିଲ କରିବେ ବୋଲି କୃଷ୍ଣ ନାୟକ କହିଛନ୍ତି l