Categories: ବାଣିଜ୍ୟ

ପଟିଆଠାରେ ଖୋଲିଲା କୃତିି କଫିର ଏକ୍ସକ୍ଲୁସିଭ ଆଉଟ୍‌ଲେଟ୍‌

ଭୁବନେଶ୍ୱର, ୨୯।୨ (ଅଭୟ ଦାଶ): ରାଜ୍ୟର ଅଗ୍ରଣୀ ରିଟେଲ ଷ୍ଟାର୍ଟଅପ୍‌ ୟୁନିଟ୍‌ ତଥା ଲୋକପ୍ରିୟ କଫି ବ୍ରାଣ୍ଡ୍‌ ‘କୃତି କଫି’ର ଏକ୍ସକ୍ଲୁସିଭ ଆଉଟ୍‌ଲେଟ ବୁଧବାର ଭୁବନେଶ୍ୱରର ପଟିଆଠାରେ ଉଦ୍‌ଘାଟିତ ହୋଇଯାଇଛି। ଏପରିକି ଭାରତରେ ଦ୍ରୁତ ବୃଦ୍ଧି ପାଉଥିବା କୃତି କଫିର ସ୍ବତନ୍ତ୍ର କଫି ଅଭିଜ୍ଞତା କେନ୍ଦ୍ର ତଥା ନୂତନ କାଫେର ଶୁଭାରମ୍ଭ କରାଯାଇଛି। ଏହି ଅବସରରେ କୋରାପୁଟ କିନ୍ଦିରିଗୁଡ଼ା ଗ୍ରାମର ଆଦିବାସୀ କଫି ଚାଷୀ ତଥା କୋଟପାଡ଼ର ଜାତୀୟ ପୁରସ୍କାରପ୍ରାପ୍ତ ବୁଣାକର ବିଦ୍ୟାଧର ମହନ୍ତ ସମ୍ମାନିତ ଅତିଥି ଭାବେ ଯୋଗଦେଇ ଏହାର ଉଦ୍‌ଘାଟନ କରିଥିଲେ। ଅନ୍ୟମାନଙ୍କ ମଧ୍ୟରେ ରାଜ୍ୟସ୍ତରୀୟ ପୁରସ୍କାରପ୍ରାପ୍ତ ଡୋକ୍ରା କାରିଗର ଏସ୍‌.ଏମ୍‌.ଗୋଲାପ ଗର୍ତିଆ ଏବଂ ତ୍ରିନାଥ ବେହେରା ପ୍ରମୁଖ ବିଶେଷ ଅତିଥି ଭାବେ ଯୋଗଦେଇଥିଲାବେଳେ କୃତି କଫିର ସହ ପ୍ରତିଷ୍ଠାତା ଡ. କାମାକ୍ଷା ଦାସ ଓ ଅନ୍ୟମାନେ ଉପସ୍ଥିତ ଥିଲେ। ବିଶେଷକରି ୪୦୦୦ ବର୍ଗଫୁଟ ପରିବ୍ୟାପ୍ତ ସ୍ଥାନରେ ଗଢ଼ି ଉଠିଥିବା ଏହି କେନ୍ଦ୍ର ଗ୍ରାହକଙ୍କୁ ଗୁଣାତ୍ମକ ସେବା ଓ ଉତ୍ପାଦ ଯୋଗାଇବାକୁ ପ୍ରୟାସ କରିବ ବୋଲି ଆଉଟ୍‌ଲେଟ ପକ୍ଷରୁ କୁହାଯାଇଛି। ଅପରପକ୍ଷରେ କୃତି କଫିର ସହ ପ୍ରତିଷ୍ଠାତା ଡ. କାମାକ୍ଷା ଦାସ ୱାଲ୍ଡର ନମ୍ବର୧ ଓ କଫି ସ୍କଲ୍‌ ବଡ଼ି ସ୍ପେଶିଆଲିଟି କଫି ଆସୋସିଏସନରୁ ବୃତ୍ତିଗତ ସ୍ତରର ରୋଷ୍ଟିଂ ସମାପ୍ତ କରିଛନ୍ତି। ଏହି ଅବସରରେ କୃତି କଫିର ବିଜ୍‌ନେସ୍‌ ହେଡ୍‌ ତପନ ବାରିସାଲ କହିଥିଲେ, କୃତି କଫି ସମଗ୍ର ଭାରତରେ ୫ଟି ସ୍ପେଶିଆଲିଟି କଫି ଆଉଟ୍‌ଲେଟ୍‌ ସ୍ଥାପନ କରିଛି।

Share