ଭଡୋଦରା,୧୭।୧୦: ନିଜକୁ ନିଜ ବିବାହ କରି ଚର୍ଚ୍ଚାରେ ଥିବା ଗୁଜୁରାଟର ଭଡୋଦରା କ୍ଷମା ବିନ୍ଦୁ ଏବେ ପୁଣି ଚର୍ଚ୍ଚାରେ। ନିଜ ସହିତ ନିଜର ବିବାହ କରିବାକୁ ସ୍ଥିର କରିବା ପରେ ସୋସିଆଲ ମିଡିଆରେ ବେଶ୍ ଭାଇରାଲ ହୋଇଥିଲା। ନିକଟରେ ଦେଶରେ କରଓ୍ବାଚୌଥ ପାଳନ କରାଯାଉଥିବା ବେଳେ କ୍ଷମା ମଧ୍ୟ ତାଙ୍କର ପ୍ରଥମ କରଓ୍ବାଚୌଥ ପାଳନ କରିଛନ୍ତି। ପାରମ୍ପାରିକ ଅନୁଯାୟୀ ଚନ୍ଦ୍ରଗ୍ରହଣ ପରେ ଉପବାସ ଭାଙ୍ଗିଥିଲେ। ଏହାକୁ ନେଇ କ୍ଷମା ଇନ୍ଷ୍ଟାଗ୍ରାମରେ ଶେୟାର କରିଥିଲେ। ଆଉ କ୍ୟାପସନରେ କରଓ୍ବା ଚୌଥର ଶୁଭେଚ୍ଛା ବୋଲି ଲେଖିଥିଲେ।