ବଲିଉଡ୍ ସୁପରଷ୍ଟାର ଅକ୍ଷୟ କୁମାର ଓ ଅଭିନେତ୍ରୀ ରବିନା ଟଣ୍ଡନ ୯୦ ଦଶକର ଏକ ସୁପରହିଟ୍ ଯୋଡ଼ି। ୧୯୯୪ରେ ଉଭୟଙ୍କ ଫିଲ୍ମ ‘ମୋହରା’ ରିଲିଜ ହୋଇଥିଲା। ଏହି ଫିଲ୍ମର ‘ଟପ୍ ଟିପ୍ ବର୍ଷା ପାନି’ ଗୀତ ବହୁତ ହିଟ୍ ହୋଇଥିଲା। ଉଭୟଙ୍କ ରୋମାନ୍ସ ଦର୍ଶକଙ୍କୁ ଖୁବ୍ ପସନ୍ଦ ଆସିଥିଲା । ପରେ ଉଭୟଙ୍କ ପ୍ରେମ ସମ୍ପର୍କକୁ ନେଇ ଚର୍ଚ୍ଚା ହୋଇଥିଲା। ‘ଖିଲାଡି ଓଁ କା ଖିଲାଡି’ ପରେ ଉଭୟଙ୍କ ବିବାହକୁ ନେଇ ଚର୍ଚ୍ଚା ଜୋର ଧରିବା ବେଳେ ସେହି ସମୟରେ ଉଭୟ ମନ୍ଦିରରେ ନିର୍ବନ୍ଧ କରିଥିଲେ। ବିବାହ ପରେ ରବିନା ଫିଲ୍ମ ଜଗତରୁ ନିଜକୁ ଦୂରେଇ ରଖିବା ପାଇଁ ନିଷ୍ପତ୍ତି ନେଇଥିଲେ, କାରଣ ଅକ୍ଷୟ ଚାହୁଁ ନ ଥିଲେ ରବିନା ବିବାହ ପରେ ଫିଲ୍ମ କରନ୍ତୁ। ଖିଲାଡି ଓ କା ଖିଲାଡି ଶୁଟିଂ ଚାଲିଥିବା ବେଳେ ରେଖା ଅକ୍ଷୟଙ୍କ ନିକଟତର ହୋଇଥିବା ଚର୍ଚ୍ଚା ହୋଇଥିଲା। ଫିଲ୍ମ ରିଲିଜ ପରେ ହୋଇଥିବା ଏକ ପାର୍ଟିରେ ରେଖା ଅକ୍ଷୟ ବହୁତ ସମୟ ପର୍ଯ୍ୟନ୍ତ ଏକାଠି ରହିଥିଲେ । ଏଥିଲାଗି ରବିନା ଖୁବ୍ ରାଗି ଯାଇଥିଲେ ପରେ ଉଭୟଙ୍କ ସମ୍ପର୍କ ଭାଙ୍ଗି ଯାଇଥିଲା। ଏହି ରାତି ଉଭୟଙ୍କ ପ୍ରେମର ଶେଷ ରାତି ଥିଲା। ନ ହେଲେ ଆଜି ଅକ୍ଷୟଙ୍କ ସ୍ତ୍ରୀ ଟ୍ବିଙ୍କଲ ନ ହୋଇ ରବିନା ହୋଇଥାନ୍ତେ।