ଡ୍ରେସିଂ ସେନ୍ସକୁ ନେଇ ପୁଣି ଟ୍ରୋଲ ହେଲେ ରାକ୍ଷୀ

ବଲିଉଡ୍‌ ଅଭିନେତ୍ରୀ ରାକ୍ଷୀ ସାଓ୍ବନ୍ତ ତାଙ୍କ କୌଣସି ନା କୌଣସି କାର୍ଯ୍ୟ ପାଇଁ ସର୍ବଦା ଚର୍ଚ୍ଚାରେ ରହିଥାନ୍ତି। ସେ ତାଙ୍କ ଅତରଙ୍ଗୀ ଷ୍ଟାଇଲକୁ ଦେଖାଇବା ପାଇଁ କୌଣସି ସୁଯୋଗ ଛାଡନ୍ତି ନାହିଁ। ତେବେ ରାକ୍ଷୀଙ୍କୁ ଏଥି ଲାଗି ଖୁବ ଟ୍ରୋଲ ହେବାକୁ ପଡ଼ିଲେ ବି ସେ ତାଙ୍କ ଡ୍ରେସିଂ ସେନ୍ସକୁ ନେଇ ଦର୍ଶକଙ୍କୁ ହସାଇବାକୁ ପଛାନ୍ତି ନାହିଁ।
ରାକ୍ଷୀଙ୍କ ଏକ ଭିଡିଓ ବର୍ତ୍ତମାନ ଭାଇରାଲ ହେଉଛି ଯେଉଁଥିରେ ସେ ନିଜକୁ ‘ଆଦିବାସୀ ଲୁକ୍‌’ ଦେଇଛନ୍ତି। ସେ ଏକ ନ୍ୟୁଡ ମଲ୍ଟି ଲେୟର୍ଡ ମିନି ସ୍କର୍ଟ, ଷ୍ଟୋନ ଷ୍ଟଡେଡ ବିକିନି ଟପ ଏବଂ ମୁଣ୍ଡରେ ପରରେ ହୋଇଥିବା ମୁକୁଟ ଲଗାଇଥିବା ନଜର ଆସିଛନ୍ତି। ସେ ନାଚୁଥିବାବେଳେ ତାଙ୍କ ଲୁକ୍‌କୁ ‘ଆଦିବାସୀ ଲୁକ୍‌’ ବୋଲି ବର୍ଣ୍ଣନା କରିଛନ୍ତି। ଲୋକମାନେ ତାଙ୍କର ଏହି ଗେଟଅପକୁ ଖୁବ ଟ୍ରୋଲ କରିଛନ୍ତି। କିଛି ୟୁଜର୍ସ ରାକ୍ଷୀଙ୍କୁ ତାଙ୍କ ଡିଜାଇନର୍‌ ପରିବର୍ତ୍ତନ କରିବାକୁ ପରାମର୍ଶ ଦେଇଥିବାବେଳେ କେତେକ ତାଙ୍କ ଫ୍ୟାଶନ ଚଏସକୁ ଉର୍ଫି ଜାଭେଦଙ୍କ ସହିତ ଯୋଡିଛନ୍ତି।

Share