Categories: ଜାତୀୟ

ପ୍ରଶ୍ନ ପଚାରିବାରରୁ ଆର୍‌ଟିଆଇ କର୍ମୀଙ୍କ ହାତଗୋଡ଼ ହାଣିଦେଲେ

ରାମନଗର(କର୍ନାଟକ), ୧୫।୭: ତଥ୍ୟ ଜାଣିବା ଅଧିକାର (ଆର୍‌ଟିଆଇ) ଦ୍ୱାରା କର୍ନାଟକ ସରକାରଙ୍କ ବିଭିନ୍ନ ବିଭାଗର ତଥ୍ୟ ମାଗିଥିଲେ ଜଣେ ବ୍ୟକ୍ତି। ଏଥି ଯୋଗୁ କିଛି ଦୁର୍ବୃତ୍ତ ଗୁରୁବାର ସ୍ପଷ୍ଟ ଦିବାଲୋକରେ ଆର୍‌ଟିଆଇ କର୍ମୀଙ୍କ ହାତ ଗୋଡ଼ ହାଣିଦେଇଛନ୍ତି। ଏଭଳି ଘଟଣା ଘଟିଛି ଭାଜପା ନେତୃତ୍ୱାଧୀନ କର୍ନାଟକର ରାଜଧାନୀ ବେଙ୍ଗାଲୁରୁ ଉପକଣ୍ଠ ଟାଭାରେକେରେରେ।

ଲୋକଙ୍କ ଉପସ୍ଥିତିରେ ଦୁର୍ବୃତ୍ତମାନେ ଏଭଳି ଜଘନ୍ୟ କାଣ୍ଡ ଘଟାଇ ଫେରାର ହୋଇଯାଇଛନ୍ତି। ଗୁରୁତର ଅବସ୍ଥାରେ ଆର୍‌ଟିଆଇ କର୍ମୀ ଭେଙ୍କଟେଶଙ୍କୁ ହସ୍ପଟାଲରେ ଭର୍ତ୍ତି କରାଯାଇଛି। ଏହି ଘଟଣା ପଡ଼ୋଶୀ ରାମନଗର ଜିଲାରେ ଘଟିଛି। ଘଟଣାର ତଦନ୍ତ ପାଇଁ ୩ଟି ସ୍ବତନ୍ତ୍ର ଟିମ୍‌ ଗଠନ କରାଯାଇଥିବା ରାମନଗର ଏସ୍‌ପି କହିଛନ୍ତି।

Share