ଭୁବନେଶ୍ୱର,୨।୩(ବ୍ୟୁରୋ): ଭୁବନେଶ୍ୱର-କଟକ ଜାତୀୟ ରାଜପଥରେ ଥିବା ପୁରୁଣା କୁଆଖାଇ ପୋଲରେ ମଙ୍ଗଳବାରଠାରୁ ଯାତାୟାତ ବନ୍ଦ ରହିବ। ପୋଲର ମରାମତି ପାଇଁ ମାସେ ପର୍ଯ୍ୟନ୍ତ ଅର୍ଥାତ ମେ’ ୨ ତାରିଖ ପର୍ଯ୍ୟନ୍ତ ଯାତାୟାତ ବନ୍ଦ ରହିବା ନେଇ କମିଶନରେଟ ପୋଲିସ ଟୁଇଟ୍ କରି ସୂଚନା ଦେଇଛି।
ତେବେ ପୋଲଟି ବିପଦସଙ୍କୁଳ ଅବସ୍ଥାରେ ଥିଲା। ଏଣୁ ଏହାର ମରାମତି ଶୀଘ୍ର କରାଯିବା ନେଇ ବିଭିନ୍ନ ମହଲରୁ ଦାବି ହେଉଥିଲା। ଏବେ ଏହାର ମରାମତି କରାଯିବା ସ୍ପଷ୍ଟ ହେବା ପରେ ଭୁବନେଶ୍ୱର ପଟୁ କଟକ ଯାଉଥିବା ସମସ୍ତ ପ୍ରକାର ଯାନବାହନ ମଝି କୁଆଖାଇ ପୋଲ ଦେଇ ଯାତାୟାତ କରିବ ବୋଲି ଜଣାପଡ଼ିଛି।