‘ଓ୍ବାନ୍‌ ନାଇଟ୍‌ ଷ୍ଟାଣ୍ଡ’ ପରେ ଗର୍ଭବତୀ ହୋଇଯାଇଥିଲି: କୁବ୍ରା

ବମ୍ବେ: ଓ୍ବେବ୍‌ ସିରିଜ୍‌ ‘ସାକ୍ରେଡ୍‌ ଗେମ୍ସ’ରେ କୁକ୍କୁ ଭୂମିକାରେ ଅଭିନୟ କରି ଲୋକପ୍ରିୟ ହୋଇଥିଲେ ଅଭିନେତ୍ରୀ କୁବ୍ରା ସୈତ। ଅଭିନେତ୍ରୀ ପରେ ସେ ଏବେ ହୋଇଛନ୍ତି ଲେଖିକା। ଜୁନ ୨୭ରେ ତାଙ୍କର ପ୍ରଥମ ପୁସ୍ତକ ‘ଓପନ୍‌ ବୁକ୍‌: ନଟ୍‌ କ୍ୱାଇଟ୍‌ ଏ ମେମୋରିୟର’ ଲଞ୍ଚ ହୋଇଛି। ଏହି ପୁସ୍ତକରେ ସେ ନିଜ ଜୀବନ ସହ ଜଡ଼ିତ ଅନେକ କିଛି ଚମକାଇଲା ଭଳି ଖୁଲାସା କରିଛନ୍ତି। ଯେଉଁଥିରେ ରହିଛି ଶାରିରିକ ଶୋଷଣଠାରୁ ଆରମ୍ଭ କରି ଗର୍ଭପାତ ଭଳି ଅନେକ କିଛି ଘଟଣା।

ନିଜ ଆତ୍ମଜୀବନୀର ଏକ ଅଧ୍ୟାୟ ‘ଆଇ ଓ୍ବାଜ୍‌ନଟ୍‌ ରେଡି ଟୁ ବି ଏ ମଦର୍‌’ରେ କୁବ୍ରା କହିଛନ୍ତି, ୨୦୧୩ରେ ‘ଓ୍ବାନ୍‌ ନାଇଟ୍‌ ଷ୍ଟାଣ୍ଡ’ ପରେ ଗର୍ଭବତୀ ହୋଇଯାଇଥିଲି। ସେତେବେଳେ ୩୦ ବର୍ଷ ହୋଇଥିଲା। ଆଣ୍ଡାମାନରେ ବୁଲିବାକୁ ଯାଇଥିବା ବେଳେ ମଦ ପିଇଥିଲି। ପରେ ଜଣେ ବନ୍ଧୁଙ୍କ ସହ ଇଣ୍ଟିମେଣ୍ଟ ହୋଇଥିଲି। ଏହାର କିଛି ଦିନ ପରେ ଟେଷ୍ଟ କରାଇବା ପରେ ପଜିଟିଭ୍‌ ଆସିଥିଲା। ସପ୍ତାହେ ପରେ ଗର୍ଭପାତ କରାଇବା ନିଷ୍ପତ୍ତି ନେଇଥିଲି। ଏଭଳି କିଛି ଜୀବନରେ ଘଟିବ ବୋଲି କଳ୍ପନା କରି ନ ଥିଲି। ଏବେ ଭାବିଲେ ପଶ୍ଚାତାପ କରୁନାହିଁ ବୋଲି ସେ କହିଛନ୍ତି।

କହିରଖୁଛୁ, କୁବ୍ରା ବଲିଉଡ୍‌ରେ ସଲମାନଙ୍କ ଫିଲ୍ମ ‘ରେଡି’ରୁ ଡେବ୍ୟୁ କରିଥିଲେ। ଫିଲ୍ମରେ ତାଙ୍କ ଚରିତ୍ର ଛୋଟ ଥିଲା। ଏହାପରେ ସେ ଜବାନୀ ଜାନେମନ, ସୁଲ୍‌ତାନ, ସିଟି ଅଫ୍‌ ଲାଇଫରେ କାମ କରିଛନ୍ତି। ହେଲେ ତାଙ୍କୁ ନେଟ୍‌ଫ୍ଲିକ୍ସରେ ପ୍ରସାରିତ ହୋଇଥିବା ‘ସାକ୍ରେଡ୍‌ ଗେମ୍ସ’ରୁ ଖ୍ୟାତି ମିଳିଛି।

Share