ଗିରଫ ହେଲେ କୁବେର କମିଶନର, ଚଢାଉ ପରେ ଧରାପଡିଲା ଅମାପ ଅମାପ ସମ୍ପତ୍ତି, ୫୨ ପ୍ଲଟ

ଭୁବନେଶ୍ୱର, ୩୦।୭: ଗିରଫ ହେଲେ ଅବକାରୀ ଯୁଗ୍ମ କମିଶନର ରାମଚନ୍ଦ୍ର ମିଶ୍ର। ଆୟ ବର୍ହିଭୂତ ସମ୍ପତ୍ତି ଠୂଳ ଅଭିଯୋଗରେ ମଙ୍ଗଳବାର କମିଶନର ରାମଚନ୍ଦ୍ର ମିଶ୍ରଙ୍କୁ ଗିରଫ କରିଛି ଭିଜିଲାନ୍ସ। ଅବକାରୀ ଯୁଗ୍ମ କମିଶନର ରାମଚନ୍ଦ୍ର ମିଶ୍ର ଭିଜିଲାନ୍ସ ଜାଲରେ ପଡ଼ିଛନ୍ତି। ଭିଜିଲାନ୍ସ ଚଢ଼ାଉ ପରେ ତାଙ୍କର ସମ୍ପତ୍ତି ତାଲିକା ଲମ୍ବିିବାରେ ଲାଗିଛି।
ତେବେ କିଛି ସମୟରେ ତାଙ୍କୁ କୋର୍ଟ ଚାଲାଣ କରାଯିବା ନେଇ ସୂଚନ ମିଳିଛି।
ସମସ୍ତଙ୍କୁ ଚକମା ଦେଇ ମିଶ୍ର ଅମାପ ସମ୍ପତ୍ତି ଠୁଳ କରିଥିଲେ । ନିଜ ନାଁରେ ସମ୍ପତ୍ତି କରିବା ସହ ସ୍ତ୍ରୀ , ଭାଇ ଓ ପରିବାର ଲୋକଙ୍କ ନାଁରେ ଅମାପ ସମ୍ପତ୍ତି ରଖିଥିବା ଜଣାପଡିଥିଲା । ସୋମବାର ତାଙ୍କର ଅଫିସ ସହ ଅନ୍ୟ ୧୦ଟି ସ୍ଥାନରେ ଅତର୍କିତ ଚଢାଉ ହୋଇଥିଲା । ଭିଜିଲାନ୍ସ ଟିମକୁ ଏବେ ସୁଦ୍ଧା ୨ କୋଟିରୁ ଉଦ୍ଧ୍ୱର୍‌ ମୂଲ୍ୟର ସମ୍ପତ୍ତି ମିଳିଛି । ଏହାସହ ଭିଜିଲାନ୍ସକୁ ବିଭିନ୍ନ ସ୍ଥାନରେ ଥିବା ୫୨ଟି ପ୍ଲଟ, ଫାର୍ମ ହାଉସ ସହ ରାଇସ ମିଲର ଠିିକଣା ମଧ୍ୟ ମିଳିଛି।

 

ସୂଚନାଯୋଗ୍ୟ,, ୮ମାସ ପରେ ଅବସର ନେଇଥାନ୍ତେ। ହେଲେ ଏହାପୂର୍ବରୁ ଭିଜିଲାନ୍ସ ଜାଲରେ ଧରାପଡ଼ିଛନ୍ତି ଭୁବନେଶ୍ୱର ଅବକାରୀ ଯୁଗ୍ମ କମିଶନର ରାମଚନ୍ଦ୍ର ମିଶ୍ର। ଆୟ ବହିର୍ଭୂତ ସମ୍ପତ୍ତି ଠୁଳ ଅଭିଯୋଗରେ ସୋମବାର ଭିଜିଲାନ୍ସର ୧୦ଟି ଟିମ୍‌ ରାମଚନ୍ଦ୍ରଙ୍କ ଘର ସମେତ ଭୁବନେଶ୍ୱର, ବଲାଙ୍ଗୀର, ସୋନପୁର ଆଦି ୧୦ସ୍ଥାନରେ ଏକକାଳୀନ ଚଢ଼ାଉ କରିଥିଲା। ଯାଞ୍ଚବେଳେ ରାମଚନ୍ଦ୍ରଙ୍କ ୫୨ଟି ପ୍ଲଟ୍‌ ସମେତ ବିପୁଳ ସମ୍ପତ୍ତି ରହିଥିବା ଭିଜିଲାନ୍ସ ଜାଣିବାକୁ ପାଇଛି। ଚଢ଼ାଉ ହେଉଥିବା ସ୍ଥାନ ମଧ୍ୟରେ ରାମଚନ୍ଦ୍ରଙ୍କ ସୁବର୍ଣ୍ଣପୁର ଜିଲା ତରଭା କନ୍ଦରପିଟା ଗ୍ରାମସ୍ଥିତ ପୈତୃକ ଘର, ତରଭା ଅଞ୍ଚଳରେ ଏକ ରାଇସ୍‌ ମିଲ୍‌, ଭୁବନେଶ୍ୱର ଖଣ୍ଡଗିରି ଧର୍ମବିହାରସ୍ଥିତ ଭଡ଼ାଘର ଓ ଭୁବନେଶ୍ୱର ରୂପାଲି ଛକ ଇପିକଲ୍‌ ହାଉସସ୍ଥିତ ଅଫିସ ଚାମ୍ବର ଆଦି ରହିଛି। ଭିଜିଲାନ୍ସ ଟିମ୍‌ରେ ୧୦ଜଣ ଡିଏସ୍‌ପି, ୧୫ ଇନ୍ସପେକ୍ଟର ଏବଂ ଅନ୍ୟାନ୍ୟ କର୍ମଚାରୀ ନିୟୋଜିତ ହୋଇଛନ୍ତି। ଏହି ଚଢ଼ାଉ ଜାରି ରହିଥିବାବେଳେ ସା ସୁଦ୍ଧା ଭିଜିଲାନ୍ସ ଟିମ୍‌ ରାମଚନ୍ଦ୍ରଙ୍କ ବହୁ ସ୍ଥାବର ଓ ଅସ୍ଥାବର ସମ୍ପତ୍ତି ଠାବ କିରିଛି।
ରିପୋର୍ଟ ଅନୁଯାୟୀ, ରାମଚନ୍ଦ୍ରଙ୍କ ଠାବ ହୋଇଥିବା ୫୨ଟି ପ୍ଲଟ୍‌ ମଧ୍ୟରୁ ସମ୍ବଲପୁରରେ ୨, ବଲାଙ୍ଗୀରରେ ୩ ଓ ସୁବର୍ଣ୍ଣପୁରରେ ୪୭ଟି ରହିଛି। ସେହିପରି ଭୁବନେଶ୍ୱର ଆଇଗିଣିଆରେ ସତ୍ୟସାଇ ଏନ୍‌କ୍ଲେଭ୍‌ ଏମ୍‌ଆଇଜି-୩ରେ ଗୋଟିଏ ଡୁପ୍ଲେକ୍ସ, ଖାରବେଳନଗର ଚନ୍ଦ୍ରମା କମ୍ପ୍ଲେକ୍ସରେ ଗୋଟିଏ ୨ ବିଏଚ୍‌କେ ଫ୍ଲାଟ୍‌ (ନଂ.ବି/୦୨), ବଡ଼ଗଡ ବଦ୍ରିପ୍ରସାଦ ଆପାର୍ଟମେଣ୍ଟରେ ଗୋଟିଏ ୨ ବିଏଚ୍‌କେ ଫ୍ଲାଟ୍‌ (ନଂ.ବି-୪୧୦), ବଲାଙ୍ଗୀର ଟିକରପଡ଼ାରେ ଗୋଟିଏ ୩ମହଲା କୋଠା, ଗୋଟିଏ ୧ମହଲା ବିଶିଷ୍ଟ କୋଠା, ସମ୍ବଲପୁର ଜିଲା ବୁର୍ଲାରେ ଏକ ଦୁଇ ମହଲା କୋଠା, ସୁବର୍ଣ୍ଣପୁରରେ ଗୋଟିଏ ଏକ ମହଲା କୋଠା, ତରଭାରେ ଗୋଟିଏ ରାଇସ୍‌ ମିଲ୍‌, ସୁବର୍ଣ୍ଣପୁରରେ ଗୋଟିଏ ଫାର୍ମ ହାଉସ ଠାବ ହୋଇଛି। ଏସବୁ ସମ୍ପତ୍ତିର ପ୍ରକୃତ ମୂଲ୍ୟ ଜାଣିବାକୁ ଭିଜିଲାନ୍ସ ଟେକ୍ନିକାଲ୍‌ ଉଇଙ୍ଗ୍‌ ପ୍ରୟାସ ଜାରି ରଖିଛି। ଏଥିସହ ବ୍ୟାଙ୍କ ଜମା ୨୨ଲକ୍ଷ, ୨୩୦ ଗ୍ରାମର ସୁନା ଅଳଙ୍କାର, ୩୧୭ ଗ୍ରାମର ରୁପା ଅଳଙ୍କାର, ୧୧.୨୫ ଲକ୍ଷ ଟଙ୍କାର ୩ଟି ଦୁଇଚକିଆ ଯାନ, ଘରୋଇ ସାମଗ୍ରୀ ଓ ନଗଦ ଟଙ୍କା ରହିଛି। ଚଢ଼ାଉ ଜାରି ରହିଥିବା ବେଳେ ରାମଚନ୍ଦ୍ରଙ୍କ ନିବେଶ (ଶେୟାର, ମ୍ୟୁଚୁଆଲ୍‌ ଫଣ୍ଡ, ଜୀବନବୀମାର ପ୍ରିମିୟମ ଜମା) ଆଦିର ସମ୍ପତ୍ତିକୁ ମଧ୍ୟ ଭିଜିଲାନ୍ସ ଠାବ କରିବାକୁ ପ୍ରୟାସ ଜାରି ରଖିଛି। ଭିଜିଲାନ୍ସ ଟିମ୍‌ ପକ୍ଷରୁ ରାମଚନ୍ଦ୍ରଙ୍କୁ ସମ୍ପତ୍ତି ସଂକ୍ରାନ୍ତରେ ଅଧିକ ପଚରାଉଚରା କରାଯାଉଛି। ଏହି ଯାଞ୍ଚ ସରିବା ପରେ ତାଙ୍କ ସମ୍ପତ୍ତିର ପରିମାଣ ଆହୁରି ବଢ଼ିପାରେ ବୋଲି ଭିଜିଲାନ୍ସ ପକ୍ଷରୁ ସୂଚନା ଦିଆଯାଇଛି। ଏନେଇ ରାମଚନ୍ଦ୍ର ଗଣମାଧ୍ୟମକୁ କହିଛନ୍ତି, ସତ୍ୟ ପଦାକୁ ଆସିବ। ଭଗବାନ ଅଛନ୍ତି। ମୁଁ କାହାର କିଛି କ୍ଷତି କରିନାହିଁ ବୋଲି ମିଶ୍ର କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଭୁବନେଶ୍ୱର ଏୟାରପୋର୍ଟରେ ବୁଲୁଛି ବାଘ, ଲୋକେ ଆତଙ୍କିତ

ଭୁବନେଶ୍ୱର,୨୬।୧୦: ରାଜଧାନୀରେ ବାଘ ଆତଙ୍କ। ମଝି ରାସ୍ତାରେ ରାଜଧାନୀ ଛାତି ଉପରେ ବାଘକୁ ଦେଖି ଲୋକେ ଛାନିଆ। ଭୁବନେଶ୍ୱର ବିମାନବନ୍ଦରରେ ବୁଲୁଛି ବାଘ। ଏୟାରପୋର୍ଟ ନିକଟ...

ଗଡ଼ିବାକୁ ଥିଲା ଅଳ୍ପ ସମୟ: ହଠାତ୍‌ ବସ୍‌ରୁ ନିଆଁ

ବାଲେଶ୍ୱର,୨୬।୧୦(ବାଞ୍ଛାନିଧି ଦେ): ବାଲେଶ୍ୱର ଜିଲା ସହଦେଖୁଣ୍ଟା ବସ୍‌ ଷ୍ଟାଣ୍ଡଠାରେ ଶନିବାର ଭୋର ସମୟରେ ବନଦୁର୍ଗା ନାମକ ଏକ ବସ୍‌ରେ ଅଚାନକ ନିଆଁ ଲାଗିଥିବା ଦେଖିବାକୁ ମିଳିଥିଲା...

ରାଜ୍ୟରେ ବନ୍ୟା ସ୍ଥିତିକୁ ନେଇ ବଡ଼ ଅପ୍‌ଡେଟ୍‌ ଦେଲେ ରାଜସ୍ବ ମନ୍ତ୍ରୀ

ଭୁବନେଶ୍ୱର,୨୬।୧୦: ବାତ୍ୟା ପରେ ବନ୍ୟା ସ୍ଥିତି ହୋଇନି ବୋଲି ରାଜସ୍ବ ଏବଂ ବିପର୍ଯ୍ୟୟ ପରିଚାଳନା ମନ୍ତ୍ରୀ ସୁରେଶ ପୂଜାରୀ ଶନିବାର ସୂଚନା ଦେଇଛନ୍ତି। କିଛି କିଛି...

ବାତ୍ୟା ସମୟରେ ଲୋକଙ୍କୁ କଟୁକଥା କହି ୪ କର୍ମଚାରୀ ନିଲମ୍ବିତ

ଭୁବନେଶ୍ୱର,୨୬।୧୦: ବାତ୍ୟା ସମୟରେ କାର୍ଯ୍ୟରେ ଅବହେଳା ପାଇଁ ୪ ସରକାରୀ କର୍ମଚାରୀଙ୍କୁ ନିଲମ୍ବିତ କରାଯାଇଛି। ୩ ପିଇଓଙ୍କ ସମେତ ଜଣେ ଆରଆଇଙ୍କୁ ନିଲମ୍ବନ ନିର୍ଦ୍ଦେଶ ଦେଇଛନ୍ତି...

‘ଅପର୍ଚୁନିଟିଜ୍‌ ଆଣ୍ଡ୍‌ ଚ୍ୟାଲେଞ୍ଜସ୍‌ ଇନ୍‌ ରିଜିଓନାଲ ମିଡିଆ’ କାର୍ଯ୍ୟକ୍ରମ ଆରମ୍ଭ: ଯୋଗଦେଲେ ବିଶିଷ୍ଟ ସାମ୍ବାଦିକ

ଭୁବନେଶ୍ୱର,୨୬।୧୦: ଭୁବନେଶ୍ୱରରେ ପ୍ରେସ୍‌ କ୍ଲବ୍‌ରେ ଶନିବାର ‘ଅପର୍ଚୁନିଟିଜ୍‌ ଆଣ୍ଡ୍‌ ଚ୍ୟାଲେଞ୍ଜସ୍‌ ଇନ୍‌ ରିଜିଓନାଲ ମିଡିଆ’ ଶୀର୍ଷକ କାର୍ଯ୍ୟକ୍ରମ ଅନୁଷ୍ଠିତ ହେଉଛି। ଏଡିଟର୍ସ ଗିଲ୍ଡ ଅଫ୍‌ ଇଣ୍ଡିଆ...

ଆଜି ବାତ୍ୟାଞ୍ଚଳ ବୁଲିବେ ମୁଖ୍ୟମନ୍ତ୍ରୀ ମୋହନ ମାଝୀ

ଭୁବନେଶ୍ୱର,୨୬।୧୦: ଆଜି ବାତ୍ୟାଞ୍ଚଳ ବୁଲିବେ ମୁଖ୍ୟମନ୍ତ୍ରୀ ମୋହନ ମାଝୀ। ମୁଖ୍ୟମନ୍ତ୍ରୀ ପ୍ରଭାବିତ ଜିଲାରେ ସକାଳ ୧୧ଟା ୩୫ରୁ ପ୍ରାୟ ୨ ଘଣ୍ଟା ଧରି ଆକାଶ ମାର୍ଗରୁ...

ଧର୍ମେନ୍ଦ୍ରଙ୍କୁ ବଡ଼ ଦାୟିତ୍ୱ ଦେଲା ଭାଜପା: ଏବେ…

ଭୁବନେଶ୍ୱର, ୨୬।୧୦(ସୁନିତ୍‌ ମିଶ୍ର):ଝାଡ଼ଖଣ୍ଡରେ ହେବାକୁ ଥିବା ବିଧାନସଭା ନିର୍ବାଚନ ପାଇଁ ଶୁକ୍ରବାର ଭାଜପା ତା’ର ୪୦ ଜଣିଆ ଷ୍ଟାର ପ୍ରଚାରକ ତାଲିକା ଜାରି କରିଛି। ଏହି...

ଗଣମାଧ୍ୟମକୁ ନିୟନ୍ତ୍ରଣ ଗଣତନ୍ତ୍ର ପାଇଁ ଶୁଭଙ୍କର ନୁହେଁ: ପରଞ୍ଜୟ

ବରିଷ୍ଠ ସାମ୍ବାଦିକ ପରଞ୍ଜୟ ଗୁହା ଠାକୁର୍ତ୍ତା ନିଜ ସାଢ଼େ ୪ ଦଶନ୍ଧିର କ୍ୟାରିୟର ଭିତରେ ଅନେକ ଛାପା ଓ ଇଲେକ୍ଟ୍ରୋନିକ୍‌ ଗଣମାଧ୍ୟମରେ କାର୍ଯ୍ୟ କରିଛନ୍ତି। ଓ୍ବେବ୍‌ସାଇଟ୍‌ଠୁ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri