ବିବାହ କରିବେ ‘କୁଛ୍‌ କୁଛ୍‌ ହେତା ହୈ’ର ଛୋଟ ସର୍ଦ୍ଦାର: ଜାଣନ୍ତୁ କାହାକୁ…

ଫିଲ୍ମ ‘କୁଛ୍‌ କୁଛ୍‌ ହେତା ହୈ’ରେ ସର୍ଦ୍ଦାର ଚରିତ୍ରରେ ଅଭିନୟ କରିଥିବା ସେଇ ଛୋଟ କ୍ୟୁଟ୍‌ ପିଲାଟିକୁ ସମସ୍ତେ ମନେ ରଖିଥିବେ ନିଶ୍ଚୟ। ଫିଲ୍ମରେ ସେ ଶାହାରୁଖ୍‌ ଖାନ୍‌ଙ୍କ ଝିଅ ଅଞ୍ଜଳୀର ବନ୍ଧୁ ସାଜିଥିଲେ। ସବୁବେଳେ ରାତିରେ ତାଙ୍କୁ ତାରା ଗଣୁଥିବାର ଦେଖିବାକୁ ମିଳିଥିଲା। ତାଙ୍କର ଏହି ଛୋଟିଆ ଚରିତ୍ର ସମସ୍ତଙ୍କୁ ପ୍ରଭାବିତ ବେସ୍‌ ପ୍ରଭାବିତ କରିଥିଲା। ସେଇ ଛୋଟ ସର୍ଦ୍ଦାର ଚରିତ୍ରରେ ଅଭିନୟ କରି ସମସ୍ତଙ୍କୁ ଆକୃଷ୍ଟ କରିପାରିଥିବା ପରଜାନ ଏବେ ବହୁତ ବଡ଼ ହୋଇଯାଇଛନ୍ତି। ଆଗାମୀ ବର୍ଷ ଅର୍ଥାତ୍‌ ୨୦୨୧ ଫେବୃୟାରୀରେ ସେ ବିବାହ କରିବାକୁ ଯାଉଛନ୍ତି। ଏ ନେଇ ନିଜେ ପରଜାର ସୋସିଆଲ ମିଡିଆରେ ଲେଖି ଜଣାଇଛନ୍ତି।
ପରଜାନ ନିଜ ପ୍ରେମିକା ଡେଲନା ଶ୍ରଫ୍‌ଙ୍କ ଫେବୃୟାରୀ ୨୦୨୧ରେ ବିବାହ କରିବେ ବୋଲି ସେ ଲେଖିଛନ୍ତି। ଡେଲନାଙ୍କୁ ପ୍ରପୋଜ କରୁଥିବାର ଏକ ଫଟୋ ମଧ୍ୟ ସେ ସୋସିଆଲ ମିଡିଆରେ ଶେୟାର କରିଛନ୍ତି। ଏଥିସହ ବର୍ଷେ ପୂର୍ବେ ସେ ହଁ କରିଥିଲେ, ଆଉ ୪ ମାସ ପରେ ବିବାହ ହୋଇଯିବ ବୋଲି ସେ ଲେଖିଛନ୍ତି।

Share