କେଇ ମାସ ବି ଚାଲିପାରିଲାନି

ବମ୍ବେ: ଖୁବ୍‌ଶୀଘ୍ର ଅଫ୍‌ଏୟାର ହେବାକୁ ଯାଉଛି ଟେଲି ଧାରାବାହିକ ‘କୁଛ ରଙ୍ଗ ପ୍ୟାର୍‌ କେ ଐସେ ଭି-୩’। ଶୋ’ର ପ୍ରଥମ ସଂସ୍କରଣକୁ ଲୋକେ ବେଶ ପସନ୍ଦ କରିଥିଲେ। ଏହାକୁ ଦେଖି ନିର୍ମାତା ଦ୍ୱିତୀୟ ପରେ ତୃତୀୟ ସଂସ୍କରଣ ଆଣିବା ଲାଗି ଯୋଜନା କରିଥିଲେ। ମାତ୍ର କମ୍‌ ଟିଆର୍‌ପି ଆସିବା କାରଣରୁ ଏହା ଅଫ୍‌ଏୟାର ହେବାକୁ ଯାଉଛି। ଶୋ’ର ମୁଖ୍ୟ ଚରିତ୍ରରେ ନଜର ଆସୁଥିବା ଶାହିର ଶେଖ ଏବଂ ଏରିକା ନିକଟରେ ନିଜର ଶୁଟିଂ ଶେଷ କରିଛନ୍ତି। ଶୁଟିଂ ଶେଷ ହେବା ପରେ ଅନ୍ୟ ସହ କଳାକାରଙ୍କୁ ସେମାନେ ଅନ୍ତିମ ବିଦାୟ ଦେଇ ଫଟୋ ଉଠାଇଛନ୍ତି। ଏହାର ଅନେକ ଫଟୋ ଏବେ ଭାଇରାଲ ହେଉଛି। ସମସ୍ତ କଳାକାର ନିଜ ନିଜ ଆକାଉଣ୍ଟରେ ଶେଷ ମୂହୁର୍ତ୍ତକୁ ମନେ ପକାଇ ଭାବବିହ୍ବଳ ହୋଇଥିବା ଦେଖାଯାଇଛି।

Share