Categories: ବାଣିଜ୍ୟ

କୁଚିନାର ନୂତନ ଉତ୍ପାଦ ଉନ୍ମୋଚିତ

ଭୁବନେଶ୍ୱର,୧୪।୯: ଦେଶର ପ୍ରମୁଖ କିଚେନ ଆପ୍ଲିଆନ୍ସ ନିର୍ମିତା କୁଚିନା ହୋମ୍‌ ମେକର୍ସ ପ୍ରାଇଭେଟ୍‌ ଲିମିଟେଡ୍‌ର ନୂତନ ଉତ୍ପାଦକୁ ବୁଧବାର ଆନୁଷ୍ଠାନିକ ଭାବେ ଉନ୍ମୋଚନ କରାଯାଇଛି। ଚଳିତ ବର୍ଷର ପାର୍ବଣ ପାଇଁ ସ୍ବତନ୍ତ୍ର ଭାବେ ପ୍ରସ୍ତୁତ ଗୁଣାତ୍ମକ ଉତ୍ପାଦର ବ୍ୟାପକ ରେଞ୍ଜକୁ ବଜାର ପ୍ରବେଶ କରାଇବା ସହ ଗ୍ରାହକଙ୍କ ଆବଶ୍ୟକତା ପୂରଣ କରିବା ପାଇଁ ପ୍ରୟାସ କରାଯିବ ବୋଲି କମ୍ପାନୀ ପକ୍ଷରୁ କୁହାଯାଇଛି। ଅପରପକ୍ଷରେ ସୁଲଭ ମୂଲ୍ୟରେ ଗୁଣାତ୍ମକ ସାମଗ୍ରୀ ସାଙ୍ଗକୁ ନୂତନ ଜ୍ଞାନକୌଶଳରେ ନିର୍ମିିତ ବିଭିନ୍ନ ବର୍ଗର କିଚେନ ସଲ୍ୟୁଶନକୁ କମ୍ପାନୀର ରିଟେଲରମାନଙ୍କ ଜରିଆରେ ଗ୍ରାହକଙ୍କ ନିକଟତର କରାଯିବ।

ଏ ସମ୍ପର୍କରେ କୁଚିନା ହୋମ୍‌ ମେକର୍ସ ପ୍ରାଇଭେଟ୍‌ ଲିମିଟେଡ୍‌ର ଏମ୍‌ଡି ନମିତ୍‌ ବାଜୋରିଆ କହିଛନ୍ତି, ନୂତନ ଉତ୍ପାଦ ସମ୍ଭାରକୁ ଉନ୍ମୋଚନକରି ଆମେ ଉତ୍ସାହିତ ଅଛୁ। ଏପରିକି କମ୍ପାନୀର ଉତ୍ପାଦଗୁଡିକ ସର୍ବଦା ଗ୍ରାହକଙ୍କ ଚାହିଦା ପୂରଣ ସହ ମନପସନ୍ଦର ହୋଇଥାଏ। କାରଣ ଗୁଣାତ୍ମକ ସାମଗ୍ରୀ ଓ ଆଧୁନିକ ଜ୍ଞାନକୌଶଳରେ ଉତ୍ପାଦଗୁଡିକୁ ବିକଶିତ କରିଥାଉ।

ଅପରପକ୍ଷରେ କୁଚିନା ରିଟେଲର୍ସ ଆଣ୍ଡ ଡିଲର୍ସ ମିଟ୍‌-୨୦୨୩ ବୁଧବାର ଭୁବନେଶ୍ୱର ଠାରେ ଉଦ୍‌ଯାପିତ ହୋଇଯାଇଛି। ଏହି ପରିପ୍ରେକ୍ଷୀରେ କୁଚିନା ହୋମ୍‌ ମେକର୍ସ ପ୍ରାଇଭେଟ୍‌ ଲିମିଟେଡ୍‌ର ସ୍ବୀକୃତିପ୍ରାପ୍ତ ଡିଲର୍ସ ଆଣ୍ଡ ରିଟେଲର୍ସମାନେ ଉକ୍ତ ମିଟ୍‌ ଉତ୍ସବରେ ଯୋଗଦେଇ ମତ ଦେବା ସହ ବଜାର ଚାହିଦା ଓ ଆବଶ୍ୟକତା ସମ୍ପର୍କରେ ବିସ୍ତୃତ ଆଲୋକପାତ କରିଥିଲେ।

Share