ରାଇରଙ୍ଗପୁର,୨୦।୯(ଡି.ଏନ୍.ଏ.): ମୟୂରଭଞ୍ଜ ଜିଲା ରାଇରଙ୍ଗପୁର ନିକଟବର୍ତ୍ତୀ ଅଁଳାଯୋଡ଼ି ଷ୍ଟେଶନ ନିକଟରେ ମଙ୍ଗଳବାର କେନ୍ଦ୍ରୀୟ କୁଡୁମୀ ସମାଜ ସଙ୍ଗଠନ ରାଇରଙ୍ଗପୁର ଶାଖା ପକ୍ଷରୁ ରେଳରୋକୋ କରାଯାଇଛି । କୁଡୁମୀ ସମାଜକୁ ଆଦିବାସୀ ମାନ୍ୟତା ଦାବିରେ ଏହି ରେଳରୋକୋ ହୋଇଥିବା ଜଣାପଡ଼ିଛି। କେନ୍ଦ୍ରୀୟ ସମ୍ପାଦକ ଶଶଧର ମହାନ୍ତଙ୍କ ନେତୃତ୍ୱରେ ବିଭିନ୍ନ କର୍ମକର୍ତ୍ତା ଏବଂ ଶତାଧିକ ଲୋକ ଏଥିରେ ସାମିଲଥିଲେ। ଆନ୍ଦୋଳନକାରୀ ରେଳଧାରଣାରେ ବସିଥିବା ବେଳେ ଟ୍ରେନ୍ ଯାତାୟାତ ଭାଧାପାପ୍ତ ହୋଇଛି। ଖବରପାଇ ବହଳଦା ତହସିଲଦାର ପରମାନନ୍ଦ ଖଣ୍ଡେଇ, ରାଇରଙ୍ଗପୁର ଏସ୍ଡିପିଓ ଗୋକୁଳାନନ୍ଦ ସାହୁ ଏବଂ ବହଳଦା ଥାନା ଅଧିକାରୀ ରଞ୍ଜନ କୁମାର ବେହେରା ଘଟଣାସ୍ଥଳରେ ପହଞ୍ଚି ଲୋକଙ୍କୁ ବୁଝାଶୁଝା ଜାରି ରଖିଛନ୍ତି।