କୁଡୁତୁଲି ସରପଞ୍ଚଙ୍କୁ ଆକ୍ରମଣ, ୨ ଭାଇ ଗିରଫ

କ.ନୂଆଗାଁ ୨୨ା୯(ଡି.ଏନ୍‌.ଏ.): କ.ନୂଆଗାଁ ବ୍ଲକ ଅନ୍ତର୍ଗତ କୁଡୁତୁଲି ସରପଞ୍ଚ ଶ୍ରୀ ଚୈତନ୍ୟ ମଲ୍ଲିକଙ୍କୁ ଆକ୍ରମଣ ଅଭିଯୋଗରେ ସ୍ଥାନୀୟ ଥାନା ପୋଲିସ ୨ଜଣଙ୍କୁ ଗୁରୁବାର କୋର୍ଟ ଚାଲାଣ କରିଛି। ସେମାନେ ହେଲେ ଗୁରୁବାରିଆ ଦିଗାଳ ଓ ତାଙ୍କ ଭାଇ ବିନାଶ। ବୁଧବାର ମଦ ବିକ୍ରିକୁ ବିରୋଧ କରି ବରାଳୀ ଦେବୀ ସ୍ବଂୟ ସହାୟକ ଗୋଷ୍ଠୀର ମହିଳାମାନେ ମଦ ଜବତ କରିବା ସହ ବିକ୍ରି ବନ୍ଦ କରିଦେଇଥିଲେ। ଏହାପରେ ସ୍ଥାନୀୟ ସରପଞ୍ଚ ଚୈତନ୍ୟ ମଲ୍ଲିକଙ୍କୁ ଘଟଣାସ୍ଥଳକୁ ଡକାଇଥିଲେ। ଖବରପାଇ ସରପଞ୍ଚ ପହଞ୍ଚି ବୁଝାଶୁଝା କରିବା ସମୟରେ ମଦ ବିକ୍ରି କରୁଥିବା ୨ଭାଇ ଗୁରୁବାରିଆ ଏବଂ ବିନାଶ ସରପଞ୍ଚଙ୍କୁ ଆକ୍ରମଣ କରିବା ସହ ଅଶ୍ଳିଳ ଭାଷାରେ ଗାଳିଗୁଲଜ କରିଥିଲେ। ଏନେଇ କୁଡୁତୁଲି ଗ୍ରାମବାସୀ କ.ନୂଆଗାଁ ଥାନାରେ ଲିଖିତ ଅଭିଯୋଗ କରିବା ପରେ ପୋଲିସ ନଂ. ୯୧/୨୨ରେ ଏକ ମାମଲା ରୁଜୁ କରି ଦୁଇ ଜଣଙ୍କୁ ଗିରଫ କରିଥିଲା।

Share