Categories: ବାଣିଜ୍ୟ

ବଜାରରେ କୁହଲ୍‌ର ନୂତନ ଫ୍ୟାନ୍ସ

ନୂଆଦିଲ୍ଲୀ,୨।୬: ଦେଶର ପ୍ରମୁଖ ଫ୍ୟାନ୍‌ ନିର୍ମାଣକାରୀ ବ୍ରାଣ୍ଡ୍‌ କୁହଲ୍‌ର ବହୁ ପ୍ରତୀକ୍ଷିତ ତଥା ଅତ୍ୟାଧୁନିକ ଜ୍ଞାନକୌଶଳରେ ନିର୍ମିତ ‘ଦି କୁହଲ୍‌ ବ୍ରାଇସ୍‌ ଷ୍ଟାଇଲିଶ ଫ୍ୟାନ୍ସ’ର ସର୍ବଭାରତୀୟ ଉନ୍ମୋଚନ ନିକଟରେ ହୋଇଯାଇଛି। ବିଶେଷକରି ବ୍ରାଣ୍ଡ୍‌ର କୁହଲ୍‌ ପ୍ଲାଟିନ ଏବଂ ଲକ୍ସେସେ ସିରିଜର ବ୍ୟାପକ ସଫଳତା ଓ ଲୋକପ୍ରିୟତା ପରେ କମ୍ପାନୀ କୁହଲ୍‌ ବ୍ରାଇସ ଷ୍ଟାଇଲିଶ ଫ୍ୟାନ୍ସକୁ ବଜାର ପ୍ରବେଶ କରାଉଛି। ଏପରିକି କୁହଲ୍‌ ବ୍ରାଇସ୍‌ ଷ୍ଟାଇଲିଶ ଫ୍ୟାନ୍ସରେ ଅନେକ ଆଧୁନିକ ବୈଶିଷ୍ଟ୍ୟ ସାମିଲ ଥିଲାବେଳେ ଏଥିରେ ବିଏଲ୍‌ଡିସି ଟେକ୍ନୋଲୋଜି ଓ ଶକ୍ତି ସଞ୍ଚୟକାରୀ ଉପାଦାନ ଅନ୍ତର୍ଭୁକ୍ତ ରହିଛି। ଫଳରେ ଉପଭୋକ୍ତା ଏହାର ବ୍ୟବହାର କଲେ ମଧ୍ୟ ପ୍ରାୟ ୬୫%ର ବିଦ୍ୟୁତ୍‌ ଶକ୍ତି ସଞ୍ଚୟ ସାଙ୍ଗକୁ ବିଦ୍ୟୁତ୍‌ ବିଲ୍‌ ମୂଲ୍ୟରେ ମଧ୍ୟ ହ୍ରାସ ଦେଖିବାକୁ ମିଳିଥାଏ, ଯାହା ଅନ୍ୟ ବ୍ରାଣ୍ଡ୍‌ର ଫ୍ୟାନ୍‌ ବ୍ୟବହାରର ବିଦ୍ୟୁତ୍‌ ବିଲ୍‌ଠାରୁ କମ୍‌ ଆସିଥାଏ ବୋଲି କମ୍ପାନୀ ପକ୍ଷରୁ କୁହାଯାଇଛି। ସେହିଭଳି ବ୍ରାଣ୍ଡ୍‌ର ବ୍ରାଇସ୍‌ ସିରିଜର ଫ୍ୟାନ୍‌ଗୁଡିକ ଦେଶର ସମସ୍ତ ପ୍ରମୁଖ ଆପ୍ଲିଆନସେସ୍‌ ଷ୍ଟୋର ଓ ଇ କମର୍ସ ପ୍ଲାଟ୍‌ଫର୍ମରେ ଉପଲବ୍ଧ। ଏହାର ବଜାର ମୂଲ୍ୟ ୬୯୯୯ ରୁ ୧୦୯୯୯ ଟଙ୍କା ମଧ୍ୟରେ ରହିଛି। ଉଲ୍ଲେଖଯୋଗ୍ୟ, ଦେଶର ପ୍ରମୁଖ ଘରୋଇ ଶିଳ୍ପସଂସ୍ଥା ତଥା କେଣ୍ଟ ଆର୍‌ଓ ସିଷ୍ଟମସ ଲିମିଟେଡ୍‌ର ସହଯୋଗ କମ୍ପାନୀ ହେଉଛି କୁହଲ୍‌ ଫ୍ୟାନ୍‌ ବ୍ରାଣ୍ଡ୍‌।

Share