Categories: ମେଟ୍ରୋ

ରାଜ୍ୟପାଳଙ୍କ କରକମଳରେ ଉନ୍ମୋଚିତ ହେଲା ‘କୁହୁକ ସ୍ପର୍ଶ’

ଭୁବନେଶ୍ୱର,୫ା୮: ଭୁବନେଶ୍ୱର ରାଜଭବନରେ ଶନିବାର କବି ଶିବସୁନ୍ଦର ପାଣିଗ୍ରାହୀଙ୍କ କବିତା ସଂକଳନ ‘କୁହୁକ ସ୍ପର୍ଶ’ ମହାମହିମ ରାଜ୍ୟପାଳ ଗଣେଶୀ ଲାଲ୍‌ଙ୍କ କରକମଳରେ ଉନ୍ମୋଚିତ ହୋଇଯାଇଛି। ଏହି ଅବସରରେ କବିପତ୍ନୀ ଜୟଶ୍ରୀ ପଣ୍ଡା, ଦୁଇ ପୁତ୍ର ଶୁଭ୍ରଜିତ ଏବଂ ସତ୍ୟକାମ, ବରିଷ୍ଠ କବି ରକ୍ଷକ ନାୟକ ଏବଂ ପ୍ରକାଶକ ମାନମୟୀ ରଥ ଉପସ୍ଥିତ ଥିଲେ। ଶୁଭ୍ରଜିତଙ୍କୁ ସ୍ନେହରେ କଲମ ଉପହାର ଦେଇଥିବା ରାଜ୍ୟପାଳ ମହୋଦୟ ସୁଦୂର ରାୟଗଡ଼ାରୁ ଆସିଥିବା କବିଙ୍କୁ ଶୁଭେଚ୍ଛା ପ୍ରଦାନ କରିଥିଲେ। ଏକ ନିଆରା ପରିବେଶରେ ଏଭଳି ଏକ ଅଭିନ୍ନ ଉନ୍ମୋଚନରେ ନିଜ ବହିଟିକୁ ଉନ୍ମୋଚିତ ହେବାର ଦେଖି କବି ଆନନ୍ଦ ଓ କୃତଜ୍ଞତା ଜ୍ଞାପନ କରିଛନ୍ତି।

Share