Categories: ଜାତୀୟ

ପୁଣି କୁକି-ମେଇତି ସମ୍ପ୍ରଦାୟ ମଧ୍ୟରେ ସଂଘର୍ଷ: ଜଣେ ମୃତ, ୩ ଆହତ

ଇମ୍ଫାଲ,୨୮।୭:ମଣିପୁରର ଚୁରାଚାନ୍ଦପୁର ଜିଲାର ସୀମାନ୍ତ ଅଞ୍ଚଳରେ କୁକି ଏବଂ ମେଇତି ସମ୍ପ୍ରଦାୟର ଲୋକଙ୍କ ମଧ୍ୟରେ ପୁଣି ସଂଘର୍ଷ ଘଟିଛି। ଉୟଭ ସମ୍ପ୍ରଦାୟ ମଧ୍ୟରେ ଗୁଳି ବିନିମୟରେ ଜଣଙ୍କର ମୃତ୍ୟୁ ଘଟିଥିବା ବେଳେ ତିନି ଜଣ ଆହତ ହୋଇଛନ୍ତି। ଗୁରୁବାର ବିଳମ୍ବିତ ରାତି ପର୍ଯ୍ୟନ୍ତ ଗୁଳି ବିନିମୟ ଜାରି ରହିଥିଲା। ଫୋଲଜାଙ୍ଗ ଅଞ୍ଚଳରେ ଏହି ହିଂସାତ୍ମକ ଆକ୍ରମଣ ପ୍ରାୟ ଗୁରୁବାର ସନ୍ଧ୍ୟା ୫ଟାରୁ ଆରମ୍ଭ ହୋଇଥିଲା।
ସୂଚନାଯୋଗ୍ୟ, ମଣିପୁରରେ ମେଇତି ସମ୍ପ୍ରଦାୟର ଲୋକେ ତଫସିଲଭୁକ୍ତ ଜନଜାତି (ଏସ୍‌ଟି) ମାନ୍ୟତା ଦାବି କରିବା ପରେ ମେ’ ୩ରୁ ଏହି ଉତ୍ତର-ପୂର୍ବାଞ୍ଚଳ ରାଜ୍ୟରେ କୁକି ସମ୍ପ୍ରଦାୟ ଉପରେ ଆକ୍ରମଣ ଏବଂ ଜାତିଆଣ ହିଂସା ଲାଗିରହିଛି। ମେ’ ୪ରେ ସେନାପତି ଜିଲା କାଙ୍ଗ୍‌ପୋକ୍‌ପିଠାରେ କୁକି-ଜୁ ସମ୍ପ୍ରଦାୟର ଜଣେ ମହିଳାଙ୍କୁ ଏକ ବିଲକୁ ନେଇ ମେଇତି ସମ୍ପ୍ରଦାୟର ସଶସ୍ତ୍ରଲୋକେ ଗଣବଳାତ୍କାର କରିଥିଲେ। ତାଙ୍କ ସହ ଆଉ ଜଣେ ମହିଳାଙ୍କୁ ଉଲଗ୍ନ କରି ରାସ୍ତାରେ ପରେଡ୍‌ ମଧ୍ୟ କରିଥିଲେ, ଯାହାର ଭିଡିଓ ମେ’ ୧୯ରୁ ସାମାଜିକ ଗଣମାଧ୍ୟମରେ ପ୍ରସାରିତ ହୋଇଥିଲା।

Share