Categories: ଜାତୀୟ

ମଣିପୁର ହିଂସା: କୋମ ୟୁନିୟନର ମୁଖ୍ୟଙ୍କୁ ଆକ୍ରମଣ କଲେ ସନ୍ଦିଗ୍ଧ ଉପଦ୍ରବକାରୀ

ଇମ୍ଫାଲ,୩।୮: ହିଂସା ପ୍ରଭାବିତ ମଣିପୁରରେ ସନ୍ଦିଗ୍ଧ ଉପଦ୍ରବକାରୀମାନେ ସଂଖ୍ୟାଲଘୁ କୋମ ସମ୍ପ୍ରଦାୟର ସଭାପତି ସେର୍ଟୋ ଏହାଓଙ୍କ ଉପରେ ଆକ୍ରମଣ କରିଛନ୍ତି। ଆକ୍ରମଣରେ ତାଙ୍କର ବାମ ହାତ ଭାଙ୍ଗି ଯାଇଛି। ଏନେଇ ପୋଲିସ ଏକ ମାମଲା ରୁଜୁ କଇଛି।

କୋମ ସଭାପତି ତାଙ୍କ ଅସୁସ୍ଥ ପିତାଙ୍କୁ ଭେଟିବା ପାଇଁ ଯିବାବେଳେ ଚୁରାଚାନ୍ଦପୁର ଜିଲାର ଖୋରେଣ୍ଟାକ ଖୁନାଉ ଗାଁରେ ତାଙ୍କୁ ଆକ୍ରମଣ କରାଯାଇଥିଲା। ୩୦ଜଣ ସଶସ୍ତ୍ର ଉପଦ୍ରବକାରୀ ତାଙ୍କୁ ବାଟରେ ଅଟକାଇ ଥିଲେ। ତାଙ୍କୁ ମାଡ଼ ମାରିବା ସହ ଅନେକ ପ୍ରଶ୍ନ ପଚାରିଥିଲେ। ଏହାପରେ ତାଙ୍କୁ ଚିଙ୍ଗଫାଇର କୁକି ଗ୍ରାମରେ ଛାଡି ଦେଇଥିଲେ।

Share