କଲମ୍ବୋ,୧୮।୭: ଦୀର୍ଘ ଦୁଇ ବର୍ଷର ବ୍ୟବଧାନ ପରେ ଅନ୍ତର୍ଜାତୀୟ କ୍ରିକେଟକୁ ଫେରିଛି ‘କୁଲଚା’ ଯୋଡ଼ି। କୁଲଚା ଭାବେ ପରିଚିତ କୁଲଦୀପ ଯାଦବ ଓ ୟୁଜବେନ୍ଦ୍ର ଚହଲଙ୍କ ଯୋଡ଼ି ୭୪୯ ଦିନ ପରେ ଭାରତୀୟ ଦଳ ପାଇଁ ଖେଳିଛନ୍ତି। ଦୁହେଁ ଅନ୍ତିମ ଥର ୨୦୧୯ ବିଶ୍ୱକପ୍ ସେମିଫାଇନାଲରେ ଅନ୍ତର୍ଜାତୀୟ ମ୍ୟାଚ୍ ଖେଳିଥିଲେ। ଏହି ଯୋଡ଼ି ଆର. ପ୍ରେମାଦାସ ଷ୍ଟାଡିୟମରେ ସଫଳ ପ୍ରତ୍ୟାବର୍ତ୍ତନ କରିଛି। ଚହଲ ୧୦ ଓଭରରେ ୫୨ ରନ୍ ଦେଇ ୨ ଉଇକେଟ ହାତେଇଥିବାବେଳେ କୁଲଦୀପ ୯ ଓଭରରେ ୪୮ ରନ୍ ଖର୍ଚ୍ଚ କରି ସମାନ ସଂଖ୍ୟକ ଉଇକେଟ ହାତେଇଥିଲେ। ଦୁହେଁଙ୍କ ସହ ସାଥି ବୋଲରଙ୍କ ଘାତକ ବୋଲିଂ ଯୋଗୁ ଘରୋଇ ଶ୍ରୀଲଙ୍କାକୁ ୨୬୨/୯ ରନ୍ରେ ରୋକିବାକୁ ସକ୍ଷମ ହୋଇଛି ଟିମ୍ ଇଣ୍ଡିଆ।