Categories: ଖେଳ

ଚହଲଙ୍କ ରେକର୍ଡ ଭାଙ୍ଗିଲେ କୂଲଦୀପ

ନୂଆଦିଲ୍ଲୀ,୯।୮: ଭାରତୀୟ ଦଳର ବାମହାତୀ ସ୍ପିନ ବୋଲର କୂଲଦୀପ ଯାଦବଙ୍କ ପାଇଁ ୱେଷ୍ଟଇଣ୍ଡିଜ ଗସ୍ତ ଶୁଭଙ୍କର ସାବ୍ୟସ୍ତ ହୋଇଛି। ଦିନିକିଆ ସିରିଜରେ ଚମତ୍କାର ପ୍ରଦର୍ଶନ କରିବା ପରେ କୂଲଦୀପ ଟି-୨୦ ସିରିଜରେ ଚମତ୍କାର ବୋଲିଂ କରିଛନ୍ତି। ୱେଷ୍ଟଇଣ୍ଡିଜ ବିପକ୍ଷ ତୃତୀୟ ଟି-୨୦ ମ୍ୟାଚରେ ଭାରତୀୟ ଦଳ ୭ ଉଇକେଟରେ ଜିତିଛି। ଭାରତ ପକ୍ଷରୁ କୂଲଦୀପ ବୋଲିଂରେ ନିଜର ୪ ଓଭରରେ ୩ ଉଇକେଟ ନେଇଥିଲେ। ଏହା ସହ ସେ ଅନ୍ତର୍ଜାତୀୟ ଟି-୨୦ରେ ୫୦ ଉଇକେଟ ପୂରଣ କରିବାରେ ସଫଳ ହୋଇଥିଲେ। ଆହତ କାରଣରୁ ଏହି ଟି-୨୦ ସିରିଜର ଦ୍ୱିତୀୟ ମ୍ୟାଚ୍‌ରେ କୂଲଦୀପ ଯାଦବ ଖେଳିପାରି ନ ଥିଲେ। ତୃତୀୟ ମ୍ୟାଚରେ ସମ୍ପୂର୍ଣ୍ଣ ଫିଟ ଫେରିବା ସହ ଦଳକୁ ଜିତାଇଥିଲେ।
ଭାରତୀୟ ଦଳ ପାଇଁ ଏପର୍ଯ୍ୟନ୍ତ ୩୦ ଟି-୨୦ ମ୍ୟାଚ ଖେଳିଥିବା କୂଲଦୀପ ହାରାହାରି ୧୪.୨୮ରେ ୫୦ ଉଇକେଟ ନେଇଛନ୍ତି। ଏହା ସହ ସେ ବର୍ତ୍ତମାନ ଭାରତ ପାଇଁ ଏହି ଫର୍ମାଟରେ ୫୦ ଉଇକେଟ ନେବାରେ ଦ୍ରୁତତମ ବୋଲର ହୋଇଛନ୍ତି। ଏହାପୂର୍ବରୁ ଏହି ରେକର୍ଡ ୟୁଜଭେନ୍ଦ୍ର ଚହଲଙ୍କ ନାମରେ ଥିଲା, ଯିଏକି ୨୦୧୯ରେ ୩୪ତମ ଅନ୍ତର୍ଜାତୀୟ ଟି-୨୦ରେ ୫୦ ଉଇକେଟ ନେଇଥିଲେ।

Share