ଅହମ୍ମଦାବାଦ୍,୧୧।୨: ଓ୍ବେଷ୍ଟଇଣ୍ଡିଜ ବିପକ୍ଷ ଅନ୍ତିମ ତଥା ତୃତୀୟ ଦିନିକିଆ ମ୍ୟାଚ୍ ଲାଗି ୩ ପରିବର୍ତ୍ତନ ସହ ଓହ୍ଲାଇଛି ଭାରତୀୟ ଦଳ। ଅଧିନାୟକ ରୋହିତ ଶର୍ମା ଟସ୍ ଜିତି ପ୍ରଥମେ ବ୍ୟାଟିଂ କରିବାକୁ ନିଷ୍ପତ୍ତି ନେଇଥିବା ବେଳେ ଗତ ମ୍ୟାଚ୍ରେ ଖେଳିଥିବା ଲୋକେଶ ରାହୁଲ, ଦୀପକ ହୁଡା ଓ ୟୁଜବେନ୍ଦ୍ର ଚହଲଙ୍କୁ ଦଳରୁ ବାଦ୍ ଦିଆଯାଇଛି। ଏମାନଙ୍କ ସ୍ଥାନରେ ଶିଖର ଧାଓ୍ବନ, ଶ୍ରେୟାସ ଆୟାର ଓ କୁଲଦୀପ ଯାଦବ ଖେଳିବେ। ଅନ୍ୟପକ୍ଷରେ ଓ୍ବେଷ୍ଟଇଣ୍ଡିଜ ଦଳରେ ମଧ୍ୟ ଗୋଟିଏ ପରିବର୍ତ୍ତନ ହୋଇଛି। ଅଲରାଉଣ୍ଡର ଅକିଲ ହୋସେନଙ୍କ ସ୍ଥାନରେ ହେହେନ ଓ୍ବାଲଶ ଦଳରେ ସ୍ଥାନ ପାଇଛନ୍ତି।