Categories: ବାଣିଜ୍ୟ

କୁଲଦୀପ ଏଭରଗ୍ରୀନ୍‌ ଚା’ର ବ୍ରାଣ୍ଡ୍‌ ଆମ୍ବାସାଡର

ଭୁବନେଶ୍ୱର,,୧୬।୯ (ଅଭୟ ଦାଶ): ଦେଶର ପ୍ରମୁଖ ଚା’ ବ୍ରାଣ୍ଡ୍‌ ତଥା ନେହା ଏଣ୍ଟରପ୍ରାଇଜର୍ସ ଦ୍ୱାରା ପ୍ରସ୍ତୁତ ଲୋକପ୍ରିୟ ଉତ୍ପାଦ ଏଭରଗ୍ରୀନ ଚା’ର ବ୍ରାଣ୍ଡ୍‌ ଆମ୍ବାସାଡର ଭାବେ ଭାରତୀୟ କ୍ରିକେଟିୟର କୁଲଦୀପ ଯାଦବଙ୍କୁ ନିକଟରେ ନିଯୁକ୍ତି ଦିଆଯାଇଛି। ଏପରିକି ଏଭରଗ୍ରୀନ ଚା’ର ଏକ ଟିଭି କର୍ମସିଆଲ (ଟିଭିସି) ର ସୁଟିଂ କୁଲଦୀପ ଯାଦବଙ୍କୁ ନେଇ କରାଯାଇଛି, ଏହା ଖୁବଶୀଖ୍ର ଆଞ୍ଚଳିକ ଏବଂ ଜାତୀୟ ଟେଲିଭିଜନ ଚ୍ୟାନେଲରେ ପ୍ରସାରିତ ହେବ।
ଏହି ପରିପ୍ରେକ୍ଷୀରେ ଆୟୋଜତି ଏକ ଖବରଦାତା ସମ୍ମିଳନୀରେ ଏଭରଗ୍ରୀନ ଚା’ର ପରିଚାଳନା ନିର୍ଦ୍ଦେଶକ ସାଜନ ଅଗ୍ରୱାଲ, ନିର୍ଦ୍ଦେଶକ ପ୍ରବୀଣ ଅଗ୍ରୱାଲ ଏବଂ ପୱନ ଅଗ୍ରୱାଲ ପ୍ରମୁଖ ଉପସ୍ଥିତ ଥିଲେ। ଏ ନେଇ ସାଜନ ଅଗ୍ରୱାଲ କହିଥିଲେ,ଭାରତୀୟ ଜାତୀୟ କ୍ରିକେଟ ଟିମର ପ୍ରମୁଖ ସ୍ପିନର କୁଲଦୀପ ଯାଦବ ଆମର ବ୍ରାଣ୍ଡ୍‌ ଆମ୍ବାସାଡର ହୋଇଥିବାରୁ ଆମେ ବେଶ୍‌ ଉତ୍ସାହିତ ଅଛୁ। ଏପରିକି ଏଭରଗ୍ରୀନ ପରିବାରରେ କୁଲଦୀପଙ୍କ ଯୋଗଦାନ ଦ୍ୱାରା ବ୍ରାଣ୍ଡ୍‌ ଉପରେ ଗ୍ରାହକମାନଙ୍କର ଆସ୍ଥା ଓ ବିଶ୍ୱାସ ଅଧିକ ଉଚ୍ଚ ସ୍ତରରେ ପହଞ୍ଚତ୍ବ। ଏହା ପୂର୍ବରୁ ବଲିଉଡ ଅଭିନେତା ଅନିଲ କପୁର, ହକି ଇଣ୍ଡିଆର ସଭାପତି ଦିଲୀପ ତିର୍କୀ, ଧାବିକା ଦୂତୀ ଚାନ୍ଦ ଏବଂ ଓଲିଉଡ଼ ଅଭିନେତା ସବ୍ୟସାଚୀ ଓ ଅର୍ଚ୍ଚିତା ମଧ୍ୟ ବ୍ରାଣ୍ଡ୍‌ର ବ୍ରାଣ୍ଡ୍‌ ଆମ୍ବାସାଡର ଭାବେ ସାମିଲ ହୋଇଛନ୍ତି।
ସେହିଭଳି କୁଲଦୀପ ଯାଦବ କହିଥିଲେ, ଏଭରଗ୍ରୀନ ଚା ସହ ଯୋଡିହୋଇ ମୁଁ ବେଶ୍‌ ଉତ୍ସାହିତ ଅଛି। ଯେଉଁ ବ୍ରାଣ୍ଡ୍‌ ଅନେକଙ୍କ ହୃଦୟରେ ସ୍ବତନ୍ତ୍ର ସ୍ଥାନ ଅଧିକାର କରିଛି, ଏଭରଗ୍ରୀନ ଚା’କେବଳ ଅନ୍ୟ ଗୋଟିଏ ଚା ବ୍ରାଣ୍ଡ୍‌ ନୁହେଁ ବରଂ ଏହା ଲୋକମାନଙ୍କ ମନରେ ଏକ ଭାବପ୍ରବଣତା ଭରା ଯୋଗସୂତ୍ର ସ୍ଥାପନ କରିଛି।

Share