ନଭେମ୍ବର ୧ରୁ ଖୋଲିବ କୁଲଡିହା ଅଭୟାରଣ୍ୟ

ନୀଳଗିରି,୨୬ା୧୦(ପ୍ରଶାନ୍ତ କୁମାର ବିଶ୍ୱାଳ): ପ୍ରକୃତିପ୍ରେମୀ ଓ ପର୍ଯ୍ୟଟକଙ୍କ ପାଇଁ ନଭେମ୍ବର ୧ରୁ ନୀଳଗିରି ଉପଖଣ୍ଡର କୁଲଡିହା ଅଭୟାରଣ୍ୟ ଖୋଲିବ। ବାଲେଶ୍ୱର ସହରରୁ ପ୍ରାୟତଃ ୪୦ କିଲୋମିଟର ଦୂରରେ ଥିବା ନୀଳଗିରି ଉପଖଣ୍ଡର ଏହି ଅଭୟାରଣ୍ୟ ନଭେମ୍ବର ପହିଲାରେ ପର୍ଯ୍ୟଟକଙ୍କୁ ୯ଟାରେ କେସିପୁର ପଞ୍ଚାୟତ ବାଲିଆନାଳ ଫାଟକ ନିକଟରେ ବନବିଭାଗ ଅଧିକାରୀଙ୍କ ଦ୍ୱାରା ଗୋଲାପ ଫୁଲ ଦେଇ ସ୍ବାଗତ କରାଯିବାର ପ୍ରସ୍ତୁତି ଆରମ୍ଭ ହୋଇଛି।

ସୂଚନାଯୋଗ୍ୟ, ବର୍ଷା ଋତୁ ପାଇଁ ଜୁନ ୧୫ରୁ ଏହି ଅଭୟାରଣ୍ୟ ପର୍ଯ୍ୟଟକଙ୍କ ପାଇଁ ବନ୍ଦ ରହିଥିବା ବେଳେ ଏହା ଆସନ୍ତା ନଭେମ୍ବର ୧ରୁ ଜୁନ୍‌ ୧୫ ପର୍ଯ୍ୟନ୍ତ ଖୋଲିବ। ପର୍ଯ୍ୟଟକମାନେ ଏଣିକି ଏହାର ମଜା ନେଇପାରିବେ।

Share