Categories: ଜାତୀୟ

କୁଲଗାମ ଏନକାଉଣ୍ଟରେ ସୁରକ୍ଷାକର୍ମୀଙ୍କୁ ବଡ ସଫଳତା: ଟପ୍ କମାଣ୍ଡର ଶାକିର ନଜାରଙ୍କ ସମେତ ୩ ଆତଙ୍କବାଦୀ ନିହତ

ଜମ୍ମୁ,୧୮ ।୧୧: ଜମ୍ମୁ-କଶ୍ମୀରର କୁଲଗାମରେ ସୁରକ୍ଷାକର୍ମୀଙ୍କୁ ବଡ ସଫଳତା ମିଳିଛି । କଶ୍ମୀର ଆଇଜିପି ବିଜୟ କୁମାରଙ୍କ ସୂଚନା ଅନୁଯାୟୀ, କୁଲଗାମରେ ଚାଲିଥିବା ଏନକାଉଣ୍ଟରେ ହିଜବୁଲ ମୁଜାହିଦ୍ଦିନର ଡିଷ୍ଟ୍ରିକ୍ଟ କମାଣ୍ଡର ଶାକିର ନଜାର ନିହତ ହୋଇଛନ୍ତି । ସେ ୨୦୧୮ରୁ ଆତଙ୍କବାଦୀ ସଙ୍ଗଠନରେ ସକ୍ରିୟ ଥିଲେ । ଏହାସହ ସୁରକ୍ଷାକର୍ମୀଙ୍କ ଆକ୍ରମଣରେ ଆଉ ଦୁଇ ଆତଙ୍କବାଦୀ ନିହତ ହୋଇଥିବା ସୂଚନା ରହିଛି । ସୂଚନାଯୋଗ୍ୟ, ଜମ୍ମୁ-କଶ୍ମୀରରେ ଲଗାତାର ଭାବେ ଆତଙ୍କବାଦୀମାନେ ଆକ୍ରମଣ ଯୋଜନା କରି ଆସୁଥିବା ଓ ଏହାକୁ ଫଳପ୍ରଦ କରୁଥିବା ବେଳେ ଭାରତୀୟ ସେନା ବି ଏହାର କଡା ଜବାବ ଦେଉଛି ।

Share