ବଲିଉଡ୍‌ରେ କୁମାର ବିଶ୍ୱାସ

ନୂଆଦିଲ୍ଲୀ, ୨୪ା୨: କବି ଓ ରାଜନେତା ଭାବେ ଜଣାଶୁଣା କୁମାର ବିଶ୍ୱାସ ଏବେ ଫିଲ୍ମ ଦୁନିଆରେ ପାଦ ଥାପିଛନ୍ତି। ସାହିତି୍ୟକ ମଞ୍ଚରେ କବିତା ପାଠ, ଆନ୍ନା ହାଜାରେ ଆନ୍ଦୋଳନର ପ୍ରମୁଖ ଚେହେରା ପାଲଟିବା ପରେ ରାଜନୀତିରେ ପଶି ଭାଷଣ ଓ ମନ୍ତବ୍ୟ ପାଇଁ ଚର୍ଚ୍ଚାରେ ରହୁଥିବା କୁମାର ଏବେ ବଲିଉଡ୍‌ରେ ପ୍ରବେଶ କରିଛନ୍ତି। ମହାଭାରତର କର୍ଣ୍ଣଙ୍କ ଉପରେ ଆଧାରିତ ଚଳଚ୍ଚିତ୍ର ‘ସୂର୍ଯ୍ୟପୁତ୍ର ମହାବୀର କର୍ଣ୍ଣ’ ଜରିଆରେ ସେ ଡେବ୍ୟୁ କରିବାକୁ ଯାଉଛନ୍ତି। ଏ ସମ୍ପର୍କରେ ସେ ଟୁଇଟ୍‌ କରି ଜଣାଇଛନ୍ତି। ଫିଲ୍ମର ଡାଏଲଗ୍‌, ଗୀତ ଲିରିକ୍ସ ଓ ସ୍କ୍ରିନ ପ୍ଲେ ସେ ଲେଖିଥିବା ସୂଚନା ଦେଇଛନ୍ତି। ବାସୁ ଭଗନାନୀ ଚଳଚ୍ଚିତ୍ରର ନିର୍ଦ୍ଦେଶନାରେ ନିର୍ମାଣ ହେଉଥିବା ଏହି ଫିଲ୍ମ ହିନ୍ଦୀ ସମେତ କାନ୍ନାଡା, ତେଲୁଗୁ, ତାମିଲ ଓ ମାଲାୟାଲମ ଭାଷାରେ ରିଲିଜ ହେବ।

Share