ପ୍ରଥମ ଲାଇଭ୍‌ ପରଫର୍ମ କରି ବାପାଙ୍କଠାରୁ ମାଡ଼ ଖାଇଥିଲେ କୁମାର ସାନୁ: ଜାଣନ୍ତୁ କାହିଁକି

୯୦ ଦଶକର ସବୁଠାରୁ ଲୋକପ୍ରିୟ ତଥା ସଫଳ ସଂଗୀତକାର ମଧ୍ୟରେ ଅନ୍ୟତମ ହେଉଛନ୍ତି କୁମାର ସାନୁ। ନିଜର ଗୀତ ମାଧ୍ୟମରେ ସେ ସମସ୍ତଙ୍କ ହୃଦୟ ଜିତିପାରିଛନ୍ତି। ସବୁ ଯୁବକଙ୍କ ମୁହଁରେ ସାନୁ ଗାଇଥିବା ଗୀତ ଶୁଣିବାକୁ ମିଳିଥାଏ। ୨୦ ଅକ୍ଟୋବର ୧୯୫୭ରେ ଜନ୍ମଗ୍ରହଣ କରିଥିବା ସାନୁଙ୍କର ଆଜି ହେଉଛି ଜନ୍ମଦିନ।
ନିଜର ଗୀତ ମାଧ୍ୟମରେ ଶ୍ରୋତାଙ୍କୁ ପାଗଳ କରିଥିବା ସାନୁଙ୍କ ପାଇଁ ସଂଗୀତକାର ହେବା ଏତେ ସହଜ ନ ଥିଲା। ସାନୁ ପ୍ରଥମ ଲାଇଭ୍‌ ପରଫର୍ମ ଏକ ରେଳ ଟ୍ରାକରେ ମାଫିଆ ଗ୍ୟାଙ୍ଗଙ୍କ ସାମ୍ନାରେ କରିଥିଲେ। ଏହା ଜାଣିବା ପରେ ବାପାଙ୍କଠାରୁ ତାଙ୍କୁ ମାଡ଼ ମଧ୍ୟ ଖାଇବାକୁ ପଡ଼ିଥିଲା। ଏ ବିଷୟରେ ନିଜେ ସାନୁ କପିଲ ଶର୍ମାଙ୍କ ଶୋ’ରେ କହିଥିଲେ। ମ୍ୟୁଜିକ୍‌ ସମ୍ପୋଜର ନାଦିମ-ଶ୍ରବଣଙ୍କ ସହ ମହେଶ ଭଟ୍ଟଙ୍କ ବ୍ଲକବାଷ୍ଟର ଫିଲ୍ମ ‘ଆଶିକି’ରେ ସେ ପ୍ରଥମେ ଏକ ଗୀତ ଗାଇବାର ସୁଯୋଗ ପାଇଥିଲେ। ଯାହାକି ସୁପରହିଟ୍‌ ହୋଇଥିଲା। ଏହା ପରେ ସେ ଆଉ ପଛକୁ ଫେରି ଚାହିଁ ନ ଥିଲେ। ଗୋଟିଏ ପରେ ଗୋଟିଏ ସୁପରହିଟ୍‌ ଗୀତ ସେ ଗାଇଚାଲିଲେ। ତାଙ୍କର ସୁପରହିଟ୍‌ ଗୀତ ମଧ୍ୟରେ ରହିଛି, ଏକ୍‌ ଲଡ୍‌କି କୋ ଦେଖା ତୋ…, ମେରି ମହବୁବା, ଦିଲ୍‌ ହୈ କି ମାନତା ନହିଁ, ତୁମ୍‌ହେ ଆପ୍‌ନା ବନାନେ କି କସମ, ୟେ କାଲି କାଲି ଆଖେଁ… ଆଦି। କ୍ରମାଗତ ଭାବେ ସାନୁ ୫ଥର ଶ୍ରେଷ୍ଠ ପ୍ଲେବ୍ୟାକ୍‌ ସିଙ୍ଗର ଭାବେ ଫିଲ୍ମ ଫେୟାର ପୁରସ୍କାର ପାଇଥିବା ବେଳେ ଭାରତ ସରକାରଙ୍କ ଦ୍ୱାରା ପଦ୍ମଶ୍ରୀ ସମ୍ମାନରେ ମଧ୍ୟ ସମ୍ମାନିତ ହୋଇ ସାରିଛନ୍ତି।

Share