ମୋ ପୁଅକୁ ଆଉ କେବେ ଭେଟିବି ନାହିଁ, କାହିଁକି ଏମିତି କହିଲେ କୁମାର ସାନୁ

ବଲିଉଡ୍‌ର ପ୍ରସିଦ୍ଧ ଗାୟକ କୁମାର ସାନୁଙ୍କ ପୁଅ ଜାନ କୁମାର ସାନୁ ବିଗ ବସ ୧୪ରୁ ବିଦାୟ ନେଇଛନ୍ତି। ଘରୁ ବାହାରକୁ ଆସିବା ମାତ୍ରେ ନିଜ ବ୍ୟକ୍ତିଗତ ଜୀବନକୁ ବିଷୟରେ ଆଲୋଚନାକୁ ଆସିଥିଲେ। ସେ କହିଛନ୍ତି, ପିତା କୁମାର ସାନୁ ମୋର ଏବଂ ମା’ଙ୍କ ପାଇଁ କୌଣସି ଦାୟିତ୍ୱ ଗ୍ରହଣ କରିନାହାଁନ୍ତି। ପୁଅର ଏଭଳି ଅଭିଯୋଗ ଉପରେ କୁମାର ସାନୁ କହିଛନ୍ତି ଯେ ତାଙ୍କ ପୁଅର ଏଭଳି ମନ୍ତବ୍ୟ ତାଙ୍କୁ ଗଭୀର ଆଘାତ ଦେଇଛି। ମୁଁ ଯାହା କିଛି କରିଛି ସବୁର ପ୍ରମାଣ ଅଛି। ଜାନଙ୍କ ମା’ଙ୍କୁ ୨୦୦୧ରେ ଛାଡପତ୍ର ହୋଇଥିଲି, ସେତେବେଳେ ମୁଁ ତାଙ୍କ ମା’ ମାଗିଥିବା ସମସ୍ତ ଜିନିଷ ଦେଇଥିଲି। ସେ ଯାହା ଚାହିଁଥିଲେ ତାହା କୋର୍ଟ ମାଧ୍ୟମରେ ମାଗିଥିଲେ। ଏପରିକି ମୋ ବଙ୍ଗଳା ମଧ୍ୟ ମୁଁ ତାଙ୍କୁ ଦେଇଥିଲେ। ମୋ ପୁଅ ମୋତେ ବରାବର ସାକ୍ଷାତ କରୁଥିଲା। କିନ୍ତୁ ଏବେ ସେ ଚାହିଁଲେ ମଧ୍ୟ ମୁଁ ତାଙ୍କୁ ଭେଟିବି ନାହିଁ ବୋଲି ସେ କହିଛନ୍ତି।

Share