ଇଞ୍ଜିନିୟରିଂ ପଢ଼ା ଛାଡି କବି ହୋଇଥିଲେ କୁମାର ବିଶ୍ୱାସ

ରାଜନେତା ତଥା ଜଣାଶୁଣା ବ୍ୟଙ୍ଗ କବି କୁମାର ବିଶ୍ୱାସ ୧୦ ଫେବୃଆରୀ ୧୯୭୦ରେ ଉତ୍ତରପ୍ରଦେଶର ଗାଜିଆବାଦ ଜିଲାରେ ପିଲଖୁଆରେ ଜନ୍ମଗ୍ରହଣ କରିଥିଲେ। ତାଙ୍କ ବାପାଙ୍କ ନାମ ଡ. ଚନ୍ଦ୍ରପାଲ ଶର୍ମା, ଯିଏ ଆରଏସ୍‌ଏସ୍‌ ଡିଗ୍ରୀ କଲେଜରେ ପ୍ରଫେସର ଏବଂ ମାତାଙ୍କ ନାମ ରମା ଶର୍ମା। ସେ ତାଙ୍କର ଚାରି ଭାଇଙ୍କ ମଧ୍ୟରୁ ସାନ। କୁମାର କେବଳ ତାଙ୍କ କବିତା ପାଇଁ ନୁହେଁ ରାଜନୀତି ପାଇଁ ମଧ୍ୟ ଚର୍ଚ୍ଚାରେ ରହିଥାନ୍ତି। ସେ ଆମ ଆଦମୀ ପାର୍ଟିରୁ ନିଜର ରାଜନୈତିକ କ୍ୟାରିଅର୍‌ ଆରମ୍ଭ କରିଥିଲେ। । ବର୍ତ୍ତମାନ ସମୟରେ ସେ ରାଜନୀତିରୁ ନିଜକୁ ଦୂରେଇ ରଖିଛନ୍ତି।

କୁମାର ୧୯୯୪ରେ ରାଜସ୍ଥାନର ଏକ କଲେଜରେ ଅଧ୍ୟାପକ ଭାବରେ ନିଜର କ୍ୟାରିଅର୍‌ ଆରମ୍ଭ କରିଥିଲେ। ସେ ଅନେକ କବି ସମ୍ମିଳନୀରେ ଭାଗ ନେଇଛନ୍ତି ଏବଂ ସେହି ସମୟରେ ସେ ପତ୍ରିକା ପାଇଁ ଲେଖନ୍ତି। ସେ ଆଦିତ୍ୟ ଦତ୍ତଙ୍କ ଫିଲ୍ମ ‘ଚାଏ ଗରମ’ରେ ମଧ୍ୟ ଅଭିନୟ କରିଛନ୍ତି।
କୁମାରଙ୍କ ବାପା ଚାହୁଁଥିଲେ ଯେ, ସେ ଜଣେ ଇଞ୍ଜିନିୟର ହୁଅନ୍ତୁ, କିନ୍ତୁ କୁମାରଙ୍କ ସ୍ବପ୍ନ କିଛି ଅଲଗା କରିବା ଥିଲା। ସେ ଇଞ୍ଜିନିୟରିଂ ଅଧ୍ୟୟନ ଛାଡି ହିନ୍ଦୀ ସାହିତ୍ୟରେ ସ୍ନାତକ ହାସଲ କରିଥିଲେ। ଏମଏ କରିବା ପରେ ପିଏଚଡି ହାସଲ କରିଥିଲେ।

Share