Posted inଜାତୀୟ

କୁମାର ବିଶ୍ୱାସ କାଉ ରୂପେ ଆସି ରାଘବ ଚଢାଙ୍କୁ ଖୁମ୍ପି ଦେଇଗଲେ: ଏଏପି ବିଧାୟକ

ନୂଆଦିଲ୍ଲୀ,୨୭।୭: ଦିଲ୍ଲୀର ସଂସଦ ଭବନ ଆଗରେ ଆମ ଆଦମୀ ପାର୍ଟିର ରାଜ୍ୟ ସଭା ଏମ୍‌ପି ରାଘବ ଚଢାକୁ ଏକ କାଉ ଖମ୍ପି ଦେଇଥିଲା। ଏହାର ଫଟୋ ସୋସିଆଲ ମିଡିଆରେ ଟ୍ରେଣ୍ଡ କରୁଛନ୍ତି। ରାଘବଙ୍କୁ ଭାଜପାର କିଛି ନେତା ଟ୍ରୋଲ କରୁଛନ୍ତି। କିନ୍ତୁ ଏଏପି ନରେଶ ବାଲ୍ୟାନ ଏହି ଘଟଣାକୁ ନେଇ ଅଜବ ଯୁକ୍ତି ବାଢିଛନ୍ତି। ସେ କହିଛନ୍ତି, ବୋଧହୁଏ ଶ୍ରାବଣ ମାସରେ କୁମାର ବିଶ୍ୱାସ କାଉ ରୂପେ ଆସି ରାଘବ ଚଢାଙ୍କୁ ଖୁମ୍ପି ଦେଇଯାଇଛନ୍ତି।
ଉତ୍ତର ନଜର ବିଧାନସଭା ନିର୍ବାଚନମଣ୍ଡଳୀରୁ ଆମ ଆଦମୀ ପାର୍ଟିର ବିଧାୟକ ନରେଶ ବାଲ୍ୟାନ ରାଘବ ଚଢାଙ୍କୁ କାଉ ଖୁମ୍ପିବା ମାମଲା ସାମ୍ନାକୁ ଆସିବା ପରେ ସେ ନିଜ ଟୁଇଟ୍‌ରେ ଲେଖିଛନ୍ତି ଯେ, ଯୁବ କବି କୁମାର ବିଶ୍ୱାସ ରାଜ୍ୟ ସଭାରେ ପହଞ୍ଚି ପାରି ନ ଥିଲେ, ତେଣୁ ସେ ବେଶ ବଦଳାଇ ସଂସଦ ଭବନ ପରିସରରେ ପହଞ୍ଚିଛନ୍ତି। କାଉ ବେଶରେ ସେ ରାଘବଙ୍କୁ ଖୁମ୍ପି ଦେଇଛନ୍ତି।
ସୂଚନାଯୋଗ୍ୟ, ମୌସୁମୀ ଅଧିବେଶନରେ ଭାଗ ନେବାକୁ ପାର୍ଲାମେଣ୍ଟ ଭବନକୁ ଆସୁଥିବାବେଳେ ରାଜ୍ୟ ସଭା ଏମ୍‌ପି ରାଘବ ଚଢାଙ୍କୁ କାଉ ଖୁମ୍ପି ଦେଇଥିଲା। ଏହି ଘଟଣାର ଫଟୋ ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଛି। ଭାଇରାଲ ଫଟୋରେ ସ୍ପଷ୍ଟ ଭାବରେ ଦେଖିବାକୁ ମିଳେ ଯେ, ରାଘବ କାଉ ଆକ୍ରମଣରୁ ନିଜକୁ ରକ୍ଷା କରୁଛନ୍ତି। ଏଥିରେ ତାଙ୍କର କୌଣସି କ୍ଷତି ହୋଇ ନ ଥିବା ଜଣାପଡିଛି। ଘଟଣାବେଳେ ରାଘବ ଫୋନରେ କଥା ହେଉଥିଲେ। ହଠାତ୍‌ ଉପରୁ ଏକ କାଉ ଆସି ତାଙ୍କ ମୁଣ୍ଡକୁ ଖୁମ୍ପି ଦେଇଥିଲା। ରାଘବ ଆଶ୍ଚର୍ଯ୍ୟ ହୋଇ ତଳକୁ ମୁଣ୍ଡ ନୁଆଁଇ ଦେଇଥିଲେ। ଫଟୋ ଭାଇରାଲ ପରେ ସୋସିଆଲ ମିଡିଆରେ ୟୁଜର୍ସ ରାଘବଙ୍କୁ ଟ୍ରୋଲ କରୁଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ପୁଣି ଆଖି ଦେଖାଇଲା କାନାଡା, ଶତ୍ରୁ ଦେଶ ତାଲିକାରେ ଭାରତକୁ ରଖିଲା

ନୂଆଦିଲ୍ଲୀ,୧।୧୧: ସୁଧୁରୁନି କାନାଡା। କ୍ଷମା ମାଗିବା ପରେ ବି ଭାରତକୁ ତର ଦେଖାଇଛି କାନାଡା। ଏବେ ଭାରତକୁ ଶତ୍ରୁ ଦେଶ ତାଲିକାରେ ରଖିଛି କାନାଡା। କାନାଡାର...

ଚଳିତ ଶୀତ ଅଧିବେଶନରେ ପୁଣି ପୁରୁଣା ସଂସଦରେ ବସିବେ ଏମପି, ଜାଣନ୍ତୁ କାହିଁକି…

ନୂଆଦିଲ୍ଲୀ,୧।୧୧: ସଂସଦର ଶୀତ ଅଧିବେଶନ ଚଳିତ ମାସରେ ଆରମ୍ଭ ହୋଇପାରେ । ଏହି ଅଧିବେଶନ ନଭେମ୍ବର ୨୫ରୁ ଡିସେମ୍ବର ୨୦ ଯାଏ ଚାଲିପାରେ । ଏକ...

ଗୁଗୁଲ ଉପରେ ଲାଗିଲା ୨୦, ୦୦୦,୦୦୦,୦୦୦,୦୦୦,୦୦୦,୦୦୦,୦୦୦,୦୦୦,୦୦୦,୦୦୦,୦୦୦ ଡଲାରର ଜରିମାନା, ନମାନିଲେ ପ୍ରତିଦିନ ବଢିବ…

ନୂଆଦିଲ୍ଲୀ,୧।୧୧: ସର୍ଚ୍ଚ ଇଞ୍ଜିନ ଗୁଗୁଲ ଉପରେ ଲାଗିଛି ୨୦,୦୦୦,୦୦୦,୦୦୦,୦୦୦,୦୦୦,୦୦୦,୦୦୦,୦୦୦,୦୦୦,୦୦୦,୦୦୦ ଡଲାରର ଜରିମାନା। ଏହା ୨୦ ଡିସିଲିୟନ ଡଲାର ସହ ସମାନ। ଋଷିଆ ପକ୍ଷରୁ ଗୁଗଲ ଉପରେ...

ମୁଁ ଲାଲୁଙ୍କ ସହ ଯିବାକୁ ପ୍ରସ୍ତୁତ ଅଛି, ଯଦି ସେ…, ଖୋଲା ଅଫର ଦେଲେ ପ୍ରଶାନ୍ତ କିଶୋର

ପାଟନା,୧।୧୧: ଜନ ସୁରାଜ ପାର୍ଟି ନେତା ପ୍ରଶାନ୍ତ କିଶୋର ବେଲାଗଞ୍ଜ ବିଧାନସଭାର ବିଭିନ୍ନ ସ୍ଥାନରେ ସାଧାରଣ ସଭା ମାଧ୍ୟମରେ ପ୍ରଚାର କରିଥିଲେ। ଏହି ସମୟରେ ସେ...

ଦୀପାବଳିରେ କୋଟିପତିଙ୍କୁ ଲାଗିଲା କୋଟି କୋଟି ଟଙ୍କାର ଝଟ୍‌କା, ଆଦାନୀ-ଅମ୍ବାନୀଙ୍କ ସହ କମିଲା ମସ୍କଙ୍କ ସମ୍ପତ୍ତି

ନୂଆଦିଲ୍ଲୀ,୧।୧୧: ଭାରତରେ ଲୋକେ ଯେବେ ଗୁରୁବାର ରାତିରେ ଦୀପାବଳି ପାଳନ କରୁଥିଲେ ସେତେବେଳେ ଆମେରିକା ସେୟାର ମାର୍କେଟରେ ହ୍ରାସର ଝଡ଼ ସୃଷ୍ଟି ହୋଇଛି। ଫଳରେ ଡାଉଜୋନ୍ସ...

ନଭେମ୍ବରରେ ଅବସର ନେବେ ସିଜେଆଇ ଚନ୍ଦ୍ରଚୁଡ, ଯିବା ସମୟରେ ଶୁଣାଇବେ ୫ ବଡ ନିଷ୍ପତ୍ତି

ନୂଆଦିଲ୍ଲୀ,୧।୧୧: ଭାରତର ପ୍ରଧାନ ବିଚାରପତି (ସିଜେଆଇ) ଡିଓ୍ବାଇ ଚନ୍ଦ୍ରଚୁଡ ୧୦ ନଭେମ୍ବରରେ ଅବସର ନେଉଛନ୍ତି। ତାଙ୍କର କାର୍ଯ୍ୟକାଳ ଅନେକ ଗୁରୁତ୍ୱପୂର୍ଣ୍ଣ ନିଷ୍ପତ୍ତି ପାଇଁ ସ୍ମରଣୀୟ ହେବ।...

କଂଗ୍ରେସ ନେତା କ୍ଷମା ମାଗିବା ଉଚିତ, କାହିଁକି ଏମିତି କହିଲେ ରବିଶଙ୍କର ପ୍ରସାଦ

ନୂଆଦିଲ୍ଲୀ,୧।୧୧: କର୍ନାଟକରେ ‘ଶକ୍ତି’ ଗ୍ୟାରେଣ୍ଟି ସମୀକ୍ଷା ଉପରେ ଦେଇଥିବା ମନ୍ତବ୍ୟ ଉପରେ କଂଗ୍ରେସ ଅଧ୍ୟକ୍ଷ ମଲ୍ଲିକାର୍ଜୁନ ଖାର୍ଗେ ଉପମୁଖ୍ୟମନ୍ତ୍ରୀ ଡି.କେ ଶିବକୁମାରଙ୍କୁ ନିନ୍ଦା କରିବା ପରେ...

ସୁଧୁରୁନି ପକିସ୍ତାନ: ଚାଇନା ସହ ମିଶି ଭାରତ ବିରୋଧରେ ରଚୁଛି ଷଡ଼ଯନ୍ତ୍ର

ନୂଆଦିଲ୍ଲୀ,୧।୧୧: ପଡୋଶୀ ଦେଶ ପାକିସ୍ତାନ ଘୃଣ୍ୟ କାର୍ଯ୍ୟକଳାପରୁ ବିରତ ହେବାର ନାଁ ଧରୁନି। ଜମ୍ମୁ କଶ୍ମୀରକୁ ଆତଙ୍କବାଦୀ ପଠାଇବା ବ୍ୟତୀତ ପାକିସ୍ତାନ ମଧ୍ୟ ଭାରତ ଉପରେ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri