କୁମାରସ୍ବାମୀ କରୋନା ପଜିଟିଭ୍‌

ବେଙ୍ଗାଲୁରୁ,୧୭।୪: କର୍ନାଟକର ପୂର୍ବତନ ମୁଖ୍ୟମନ୍ତ୍ରୀ ଏଚ୍‌.ଡି. କୁମାରସ୍ବାମୀଙ୍କ ନମୁନା ପରୀକ୍ଷା ରିପୋର୍ଟ କରୋନା ପଜିଟିଭ୍‌ ଆସିଛି। ଏନେଇ ସେ ଶନିବାର ଟୁଇଟ୍‌ କରି ସୂଚନା ଦେଇଛନ୍ତି। ତାଙ୍କ ସମ୍ପର୍କରେ ଆସିଥିବା ଲୋକେ ନିଜର ନମୁନା ପରୀକ୍ଷା କରାଇ ନେବାକୁ ସେ ପରାମର୍ଶ ଦେଇଛନ୍ତି। ଏବେ ସେ କ୍ୱାରାଣ୍ଟାଇନ୍‌ରେ ରହିଥିବା ଟୁଇଟ୍‌ କରି କହିଛନ୍ତି। ଡାକ୍ତରଙ୍କ ପରାମର୍ଶ ଅନୁସାରେ ସେ କରୋନା ମାର୍ଗଦର୍ଶିକା ପାଳନ କରିବା ସହିତ ଆବଶ୍ୟକ ଚିକିତ୍ସା ଗ୍ରହଣ କରିଥିବା ପ୍ରକାଶ କରିଛନ୍ତି।

Share