ବଲିଉଡ ଅଭିନେତ୍ରୀ କୁମକୁମଙ୍କର ଦେହାନ୍ତ ହୋଇଛି। ତାଙ୍କୁ ୮୬ ବର୍ଷ ହୋଇଥିଲା। ଦୀର୍ଘ ଦିନ ଧରି ସେ ଅସୁସ୍ଥ ଥିଲେ। ୧୯୩୪, ଏପ୍ରିଲ ୨୨ରେ ବିହାରର ଶେଖପୁରାରେ ଜନ୍ମଗ୍ରହଣ କରିଥିବା କୁମକୁମଙ୍କ ପ୍ରକୃତ ନାମ ଜାଇବୁନିସା ଥିଲା। ତାଙ୍କ ପିତା ହୁସେନାବାଦର ନବାବ ଥିଲେ।
କୁମ୍କୁମ ୧୯୬୩ରେ ପ୍ରଥମେ ଭୋଜପୁରୀ ଚଳଚ୍ଚିତ୍ର “ଗଙ୍ଗା ମାୟା ତୋହେ ପିଆରି ଚଢାୟିବୋରେ ଅଭିନୟ କରିଥିଲେ। ସେ ତାଙ୍କ କ୍ୟାରିୟରରେ ପ୍ରାୟ ୧୧୫ଟି ଚଳଚ୍ଚିତ୍ରରେ ଅଭିନୟ କରିଥିଲେ। ବମ୍ବେ (୧୯୬୪), ମଦର ଇଣ୍ଡିଆ (୧୯୫୭), ସନ ଅଫ ଇଣ୍ଡିଆ (୧୯୬୨), କୋହିନୋର (୧୯୬୦), ଉଜାଲା, ନୟା ଦୌର, ଶ୍ରୀମାନ ଫଣ୍ଟୁଶ, ଏକ ସପେରା ଏକ ଲୁଟେରାରେ ଚମତ୍କାର ଅଭିନୟ କରିଥିଲେ। ସେ କିଶୋର କୁମାର ଏବଂ ଗୁରୁ ଦତ୍ତଙ୍କ ଭଳି ଅନେକ ପ୍ରସିଦ୍ଧ କଳାକାରଙ୍କ ସହ କାମ କରିଥିଲେ।