ଆଖିବୁଜିଲେ ଏହି ଲୋକପ୍ରିୟ ଅଭିନେତ୍ରୀ

କଳାଜଗତ ପାଇଁ ୨୦୨୦ ମସିହା କଳା ବର୍ଷ କହିଲେ ଅତ୍ୟୁକ୍ତି ହେବ ନାହିଁ। ଚଳିତବର୍ଷ ଜଣେ ପରେ ଜଣେ କଳାକାରଙ୍କ ମୃତ୍ୟୁ ଘଟୁଛି। ଏହି କ୍ରମରେ ୟେ ରିସ୍ତା କ୍ୟା କହଲାତା ହୈ ଏବଂ କୁମକୁମ ଭାଗ୍ୟ ଭଳି ଲୋକପ୍ରିୟ ଧାରାବାହିକରେ କାମ କରିଥିବା ଅଭିନେତ୍ରୀ ଜରିନା ରୋଶନଙ୍କ ପରଲୋକ ଘଟିଛି। ମୃତ୍ୟୁ ବେଳକୁ ତାଙ୍କୁ ୫୪ ବର୍ଷ ହୋଇଥିଲା। ତାଙ୍କ ମୃତ୍ୟୁରେ ଛୋଟ ପରଦାରେ ଶୋକର ଛାୟା ଖେଳିଯାଇଛି। ସିରିୟଲ୍‌ରେ କାମ କରିବା ସହ ଜରିନା କିଛି ଫିଲ୍ମରେ ମଧ୍ୟ ଅଭିନୟ କରିଥିଲେ। କିନ୍ତୁ ତାଙ୍କ ସିରିଏଲରେ ତାଙ୍କ ଅଭିନୟର ଯାଦୁ ଦେଖିବାକୁ ମିଳିଥିଲା। କୁମକୁମ ଭାଗ୍ୟ ସିରିଏଲରେ ସେ ଇନ୍ଦୁ ସୁରୀ ଭୂମିକାରେ ନଜର ଆସିଥିଲେ। ଏହାକୁ ଦର୍ଶକ ଖୁବ୍‌ ପସନ୍ଦ ମଧ୍ୟ କରିଥିଲେ। ତାଙ୍କ ମୃତ୍ୟୁରେ ଶୋକ ପ୍ରକାଶ କରିଛନ୍ତି କୁମକୁମ ଭାଗ୍ୟ ସିରିଏଲରେ ମୁଖ୍ୟ ଅଭିନେତ୍ରୀ ଶ୍ରୁତି ଝା। ସେ ଜରିନାଙ୍କ ସହ ଏକ ଭିଡିଓ ଶେୟାର କରିଛନ୍ତି। ଭିଡିଓରେ ଉଭୟ ନାଚୁଥିବା ଦେଖାଯାଇଛି।

Share