ମା’ ହେଲେ ପୂଜା ବାନାର୍ଜୀ, ଘରକୁ ଆସିଲେ ନୂଆ ଅତିଥି

‘କସୋଟିି ଜିନ୍ଦେଗୀ କି ୨’ ଏବଂ ‘କୁମ୍‌ କୁମ ଭାଗ୍ୟ’ ଭଳି ଟିଭି ଶୋ’ରେ ମୁଖ୍ୟ ଭୂମିକାରେ ଅଭିନୟ କରିଥିବା ଅଭିନେତ୍ରୀ ପୂଜା ବାନାର୍ଜୀ ଏକ କନ୍ୟା ସନ୍ତାନ ଜନ୍ମ ଦେଇଛନ୍ତି। ପୂଜାଙ୍କ ଭାଇ ନୀଲ ବାନାର୍ଜୀ ଏକ ଇଣ୍ଟରଭ୍ୟୁରେ ଏହି ଖୁସି ଖବର ବିଷୟରେ କହିଛନ୍ତି।

ନୀଲ କହିଛନ୍ତି, ସେ ବର୍ତ୍ତମାନ ନାଗପୁରରେ ଅଛନ୍ତି ଏବଂ ପରିବାରରେ ଜଣେ ନୂଆ ସଦସ୍ୟ ଆସି ଥିବାରୁ ସେ ବହୁତ ଖୁସିଅଛନ୍ତି। ଆମ ପରିବାରର ସମସ୍ତେ ଏହି ସମୟରେ ସେଲିବ୍ରେଶନ ମୋଡରେ ଅଛନ୍ତି। ବେବିର ବାପା ଏବଂ ଜେଜେମା ପୂଜାଙ୍କ ସହ ଡାକ୍ତରଖାନାରେ ଅଛନ୍ତି। ଆମେ ବେବିକୁ ଦେଖିବା ପାଇଁ ଅପେକ୍ଷା କରିପାରିବୁ ନାହିଁ ଏବଂ ଶୀଘ୍ର ତାଙ୍କୁ ଦେଖା କରିବାକୁ ଯାଉଛୁ।
ପୂଜା ଗର୍ଭବତୀ ଥିବା ବେଳେ ଶୋ’ରେ ପୂରା ସମୟ କାମ କରିଥିଲେ । ସେ ଲଗାତର ଶୋ’ ପାଇଁ ଶୁଟିଂ କରୁଥିଲେ । ସେ ଗର୍ଭଧାରଣର ଶେଷ ମାସରେ ପାଦ ଦେବା ମାତ୍ରେ ଶୋ’ରୁୁ ବିଦାୟ ନେଇଥଲେ।

Share