Advertisement

ଗ୍ରୀକ୍‌ ଗର୍ଲଫ୍ରେଣ୍ଡଙ୍କୁ ବିବାହ କଲେ କୁଣ୍ଡଲି ଭାଗ୍ୟ ଫେମ୍‌ ମାନୀତ

ମୁମ୍ବାଇ: କୁଣ୍ଡଲି ଭାଗ୍ୟ ଫେମ୍‌ ଅଭିନେତା ମାନୀତ ଜୌରା ତାଙ୍କ ଜୀବନରେ ଏକ ନୂତନ ଅଧ୍ୟାୟ ଆରମ୍ଭ କରିଛନ୍ତ। ସେ ଦୀର୍ଘ ଦିନ ଧରି ଗ୍ରୀକ୍‌ ଗର୍ଲଫ୍ରେଣ୍ଡ ଆଣ୍ଡ୍ରିଆ ପାନାଗିଓଟୋପୁଲୁଙ୍କୁ ଜୁଲାଇ ୯ ବିବାହ କରିଛନ୍ତି। ଆଣ୍ଡ୍ରିଆ ଜଣେ ନୃତ୍ୟ ଶିକ୍ଷକ। ତାଙ୍କ ବିବାହରେ ପରିବାର ସଦସ୍ୟ ଏବଂ ଘନିଷ୍ଠ ବନ୍ଧୁମାନେ ଯୋଗ ଦେଇଥିଲେ। ଅଭିନେତା ତାଙ୍କ ବିବାହ ବିଷୟରେ ଗୁପ୍ତ ରଖିଥିଲେ। ବର୍ତ୍ତମାନ ଅଭିନେତା ତାଙ୍କ ବିବାହ ବିଷୟରେ କହିଛନ୍ତି। ମାନୀତଙ୍କ ବିବାହ ଫଟୋ ମଧ୍ୟ ସୋସିଆଲ ମିଡିଆରେ ଭାଇରାଲ ହୋଇଛି।

Subscribe to Dharitri WhatsApp ChannelSubscribe to Dharitri WhatsApp Channel